ଜେନିଭା: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ସୟିଦ୍ର ଘନିଷ୍ଠ ସହଯୋଗୀ ଅବଦ୍ଦୁଲ୍ ସଲାମ ଭୁଟ୍ଟାବୀ ର ଦେହାନ୍ତ ହୋଇଯାଇଛି । ସେ ହୃଦ୍ଘାତଜନିତ ମୃତ୍ୟୁବରଣ କରିଥିବା ମିଳିତ ଜାତିସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜାତିସଂଘ ରିପୋର୍ଟ ଅନୁସାରେ ପାକିସ୍ତାନ ଜେଲ୍ରେ କଏଦ୍ ଥିବା ଭୁଟ୍ଟାବୀ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ତା’ର ଚିକିତ୍ସା ଚାଲିଥିଲା । ଅନ୍ୟପକ୍ଷେ ଗତବର୍ଷ ମେ’ ୨୯ ତାରିଖରୁ ଅବଦ୍ଦୁଲ୍ ସଲାମ୍ ଭୁଟ୍ଟାବୀର ମୃତ୍ୟୁ ହୋଇସାରିଥିବା ଅଲ-କାଏଦା ପକ୍ଷରୁ କୁହାଯାଇଛି ।
ସେ ପାକିସ୍ତାନ ଅଧିକୃତ ପଞ୍ଜାବର ପ୍ରଦେଶର ମୁରିଦକେ ସହରରେ ରହୁଥିବା ବେଳେ ତା’ର ମୃତ୍ୟୁ ହୋଇଥିଲା ବୋଲି ଅଲକାଏଦା ଦର୍ଶାଇଛି । ପ୍ରକାଶ, ହାଫିଜ୍ ସୟିଦ୍ର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାରେ ଭୁଟ୍ଟାବୀ ଜଣେ ସକ୍ରିୟ ସଦସ୍ୟ ଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଯେତେବେଳେ ହାଫିଜ୍କୁ ପାକିସ୍ତାନ ସରକାର ନିଜ ହେପାଜତ୍କୁ ନେଲେ ସେତେବେଳେ ଭୁଟ୍ଟାବୀ ସଂଗଠନର ନେତୃତ୍ୱ ନେଇଥିଲା । ମୁମ୍ବାଇ ଆକ୍ରମଣ ଘଟଣାରେ ଭୁଟ୍ଟାବୀ ମଧ୍ୟ ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲା ବୋଲି ପରେ ଜଣାପଡିଥିଲା ।