ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଖୁସି ଖବର । ୧ ଜାନୁଆରୀରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତିର ଲାଭ ପାଇବେ ଚାଷୀ। ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥି କୃଷକ ପରିବାରଙ୍କୁ ୨୦,୦୦୦ କୋଟିରୁ ଅଧିକ ରାଶିର ହସ୍ତାନ୍ତର କରାହେବ । ୨୦୨୨ ଜାନୁଆରୀ ୧ ତାରିଖରେ ପିଏମ୍ କିଷାନ ଯୋଜନାରେ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ । ଏ ନେଇ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ପ୍ରତି ଚାଷୀ ପରିବାରକୁ ଦଶମ କିସ୍ତି ଆକାରରେ ୨ ହଜାର ଟଙ୍କା ପଠାଯିବ । ପ୍ରାୟ ୧୦ କୋଟି ଚାଷୀ ପରିବାର ଉପକୃତ ହେବେ । ବୁଧବାର ଦିନ ପ୍ରଧାନ ମନ୍ତ୍ରୀ କାର୍ୟ୍ୟାଳୟ ସୁତ୍ରରୁ କୁହାଯାଇଛି ଯେ ତୁଣମୂଳ ସ୍ତରରୁ କୃଷକ ମାନଙ୍କୁ ସଶକ୍ତ ଭାବରେ ଗଢିବା ପାଇଁ ନରେନ୍ଦ୍ର ମୋଦୀ ସଂକଳ୍ପ ବଦ୍ଧ । ମୋଦି ୧ ଜାନୁଆରୀ ୨୦୨୨ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥୀ ପରିବାରକୁ ୨୦,୦୦୦ କୋଟିରୁ ଅଧିକ ଟଂକା ହସ୍ତାନ୍ତକରଣ କରାଯିବ ।