30.1 C
Bhubaneswar
Saturday, July 6, 2024
Homeଅପରାଧଭଡ଼ାଟିଆ ପିଏଚ୍‌ଡି ଛାତ୍ରଙ୍କୁ ହତ୍ୟା, ଘରମାଲିକ ଓ ତାଙ୍କ ବନ୍ଧୁ ଗିରଫ

ଭଡ଼ାଟିଆ ପିଏଚ୍‌ଡି ଛାତ୍ରଙ୍କୁ ହତ୍ୟା, ଘରମାଲିକ ଓ ତାଙ୍କ ବନ୍ଧୁ ଗିରଫ

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିବାକୁ ପୁଲିସକୁ ଦୁଇମାସ ଲାଗିଗଲା। ଶେଷରେ ବୁଧବାର ଗାଜିଆବାଦ ପୁଲିସ ଅଭିଯୁକ୍ତ ଉମେଶ ଶର୍ମା ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରିଛି। ମୋଦିନଗର ଅଞ୍ଚଳର ଉମେଶ ଶର୍ମା ତାଙ୍କ ଘରେ ଭଡ଼ାରେ ରହୁଥିବା ପିଏଚ୍‌ଡି ଛାତ୍ର ଅଙ୍କିତ ଖୋକରଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ତିନୋଟି ସ୍ଥାନରେ ପକାଇଥିଲା। ଅଙ୍କିତ ଖୋକର ବାଗପତ ଅଞ୍ଚଳରେ ଥିବା ତାଙ୍କ ପୈତୃକ ଜମି ବିକ୍ରି କରି ୧ କୋଟି ଟଙ୍କା ପାଇ‌ଥିଲେ। ତାହା ଉପରେ ଆଖି ପକାଇଥିଲା ଅଭିଯୁକ୍ତ ଘର ମାଲିକ। କିଛିବର୍ଷ ତଳେ ବାପାମାଆଙ୍କ ମୃତ୍ୟୁ ପରେ ଅଙ୍କିତ ଏକୁଟିଆ ରହୁଥିଲେ। ଭଡ଼ାଘରେ ରହି ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରେ ସେ ପିଏଚ୍‌ଡି କରୁଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ମାମଲା ପୁଲିସ ପାଖରେ ପହଞ୍ଚିଥିଲା। ସାଙ୍ଗମାନେ ଫୋନ୍ କଲେ କେହି ଫୋନ୍ ଧରନ୍ତି ନାହିଁ ଅଥଚ ଅଙ୍କିତଙ୍କ ଫୋନ୍‌ରୁ ମେସେଜ ଆସେ। ସେ ମେସେଜ ପଢ଼ି ସାଙ୍ଗମାନେ ଦୃଢ଼ନିଶ୍ଚୟ ହେଲେ ଯେ ଏ ମେସେଜର ଭାଷା ଓ ଶୈଳୀ ଅଙ୍କିତର ନୁହେଁ। ତା’ଛଡ଼ା ଅଙ୍କିତ ଫୋନ୍ ବି ଧରୁନାହିଁ। ଏହା ପଛରେ କିଛି ଗଡ଼ବଡ଼ ନିଶ୍ଚୟ ଅଛି। ତେଣୁ ସେମାନେ ପୁଲିସକୁ ଏ ବିଷୟରେ ଖବର ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking