31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଅଷ୍ଟ୍ରେଲିଆରେ ମନ୍ଦିର ଆକ୍ରମଣ ପ୍ରସଙ୍ଗ; ଭାରତୀୟଙ୍କ ସୁରକ୍ଷା ଭରସା ଦେଲେ ଅଲ୍‌ବାନିଜ୍‌

ଅଷ୍ଟ୍ରେଲିଆରେ ମନ୍ଦିର ଆକ୍ରମଣ ପ୍ରସଙ୍ଗ; ଭାରତୀୟଙ୍କ ସୁରକ୍ଷା ଭରସା ଦେଲେ ଅଲ୍‌ବାନିଜ୍‌

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିଜ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସ୍ଥାନୀୟ ହାଇଦ୍ରାବାଦ ହାଉସ୍‌ରେ ପ୍ରଥମ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ସମ୍ମେଳନରେ ଭାଗ ନେଇଛନ୍ତି । ଏହି ଅବସରରେ ଆୟୋଜିତ ସଂଯୁକ୍ତ ପ୍ରେସ୍ ବ୍ରିଫିଙ୍ଗ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଥିଲେ । ମୋଦୀ କହିଥିଲେ, ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଲ୍‌ବାନିଜ୍‌ଙ୍କୁ କହିଥିଲି । ଏହାର ଜବାରେ ଅଷ୍ଟ୍ରେଲିଆରେ ଭାରତୀୟଙ୍କ ସୁରକ୍ଷା ତାଙ୍କ ପାଇଁ ପ୍ରାଥମିକତା ବୋଲି ସେ କହିଥିଲେ । ଏହି ଅବସରରେ ମୋଦୀ କହିଥିଲେ, ଆମର ଟିମ୍ ଦୁଇଦେଶ ମଧ୍ୟରେ ଏକ ଆର୍ଥିକ ବୁଝାମଣା ଉପରେ କାମ କରୁଛନ୍ତି । ଅନ୍ୟପକ୍ଷରେ ଉଭୟ ରାଷ୍ଟ୍ରମୁଖ୍ୟ ଆର୍ଥିକ ବୁଝାମଣାକୁ ଅତିଶୀଘ୍ର ପୂରଣ କରିବା ଉପରେ ସହମତ ହୋଇଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଲ୍‌ବାନିଜ୍ କହିଥିଲେ ।

ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଫାଇନାଲ୍ ହୋଇଯିବ ବୋଲି ଅଲ୍‌ବାନିଜ୍ ଆଶପ୍ରକାଶ କରିଥିଲେ । ଏହି ଅବସରରେ ଦୁଇ ନେତା ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ସମୁଦ୍ର ସୁରକ୍ଷା ଉପରେ ଆଲୋଚନା କରିଛନ୍ତି ବୋଲି ମୋଦୀ କହିଥିଲେ । ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗୀଦାରୀରେ ସୁରକ୍ଷା ସହଯୋଗ ଏକ ଆବଶ୍ୟକ ପିଲର୍ ବୋଲି ମୋଦୀ କହିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ସହିତ ସମ୍ମେଳନର ଆରମ୍ଭ ହୋଇଥିଲା । ଏହାପରେ ଦୁଇଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଏନ୍‌ଏସ୍‌ଏ ଅଜିତ୍ ଡୋଭାଲ୍ ମଧ୍ୟ ସାମିଲ ଥିଲେ । ସମ୍ମେଳନ ଅବସରରେ ଦୁଇଦେଶର ଅଧିକାରୀମାନେ ସ୍ପୋର୍ଟ୍ସ, ସୋଲାର୍ ଟାସ୍କଫୋର୍ସ ଏବଂ ଅଡିଓ-ଭିଜୁଆଲ୍ କୋ-ପ୍ରଡକ୍ଟସନ୍ ସମ୍ବନ୍ଧୀୟ ଏମ୍‌ଓୟୁ ଏକ୍ସଚେଞ୍ଚ୍ କରିଥିଲେ ।

ସମ୍ମେଳନ ପୂର୍ବରୁ ଅଲ୍‌ବାନିଜ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ । ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୁଇଦେଶର ସମ୍ବନ୍ଧଙ୍କୁ ଉଚ୍ଚତ୍ତମ ସ୍ତରରେ ପହଞ୍ଚାଇବ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଲ୍‌ବାନିଜ୍ ଶୁକ୍ରବାର ଆଇଆଇଟି ଦିଲ୍ଲୀରେ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ, ଶିକ୍ଷାର ମହତ୍ୱ ଅର୍ଥବ୍ୟବସ୍ଥାକୁ ବିକଶିତ କରିବା ସହିତ ନବାଚାର (ଇନୋଭେସନ୍‌) ଓ ସୁଯୋଗ ସୃଷ୍ଟି ପାଇଁ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking