20.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଅଷ୍ଟ୍ରେଲିଆରେ ମନ୍ଦିର ଆକ୍ରମଣ ଘଟଣା; ଅସନ୍ତୋଷ ବ୍ୟକ୍ତ କଲା ଭାରତ

ଅଷ୍ଟ୍ରେଲିଆରେ ମନ୍ଦିର ଆକ୍ରମଣ ଘଟଣା; ଅସନ୍ତୋଷ ବ୍ୟକ୍ତ କଲା ଭାରତ

ନୂଆଦିଲ୍ଲୀ : ଗତ କିଛିଦିନ ହେଲା ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଛି। ଏହାକୁ ଅଷ୍ଟ୍ରେଲିଆର କାନବୋରାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କଡ଼ା ବିରୋଧ କରିଛନ୍ତି। ଭାରତୀୟ ଉଚ୍ଚାୟୁକ୍ତ ବୟାନ୍ ଜାରି କରି ମନ୍ଦିରରେ ହେଉଥିବା ଆକ୍ରମଣ ଉପରେ ଆଲୋଚନା କରିବା ସହିତ ଖଲିସ୍ତାନୀ ସମର୍ଥକ ବଢ଼ୁଥିବା ଗତିବିଧିକୁ ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି। ଉଚ୍ଚାୟୁକ୍ତ କହିଛନ୍ତି ଆମେ ମେଲବର୍ଣ୍ଣରେ ୩ଟି ମନ୍ଦିରରେ ହୋଇଥିବା ଭଙ୍ଗାରୁଜାକୁ କଡ଼ା ସମାଲୋଚନା କରୁଛୁ। ଏହା ସ୍ପଷ୍ଟଯେ, ଷଡ଼ଯନ୍ତ୍ରକାରୀମାନେ ଶାନ୍ତିପୂର୍ଣ୍ଣ ବହୁଧର୍ମୀ ଭାରତୀୟ ଅଷ୍ଟ୍ରେଲିୟ ସମାଜରେ ଘୃଣା ଏବଂ ଭାଗ ଭାଗ କରିବାକୁ ଚେଷ୍ଠାକରୁଛନ୍ତି

ଉଚ୍ଚାୟୁକ୍ତ କହିଛନ୍ତି ଏପରି ସଙ୍କେତ ମିଳୁଛିଯେ, ଖଲିସ୍ଥାନ ସମର୍ଥକମାନେ ଅଷ୍ଟ୍ରେଲିଆରେ ସେମାନଙ୍କ ଗତିବିଧି ବଢାଇବା ସହ ସେମାନଙ୍କୁ ଆତଙ୍କବାଦୀ ସଙ୍ଗଠନ ଭଳି ଶିଖ୍ ଫର୍ ଜଷ୍ଟିସ୍ ଅଷ୍ଟ୍ରେଲିଆର ବାହାର ଏଜେନ୍ସିମାନେ ସାହାଜ୍ୟ କରୁଛନ୍ତି। କିଛିଦିନ ହେଲା ସେମାନଙ୍କର ଏପରି ଗତିବିଧି ବଢ଼ିବାରେ ଲାଗିଛି। ଆମେ ଆମର ଚିନ୍ତାକୁ ଅଷ୍ଟ୍ରେଲିଆ ସରକାରଙ୍କୁ ଜଣାଇଛୁ। ଏହା ସହିତ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସିଡନିରେ ହେବାକୁ ଥିବା ଶିଖ୍ ଫର୍ ଜଷ୍ଟିସ୍ ସଙ୍ଗଠନକୁ ନେଇ ଜନମତକୁ ଅଷ୍ଟ୍ରେଲିଆ ସରକାରଙ୍କ ସହିତ ଆଲୋଚନା କରିଛୁ। ଉଚ୍ଚାୟୁକ୍ତ କହିଛନ୍ତି ଭାରତୀୟ ସେମାନଙ୍କର ସମ୍ପତ୍ତିର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଅଷ୍ଟ୍ରେଲିଆ ସରକାରଙ୍କୁ ଅଷ୍ଟ୍ରେଲିଆ ସରକାରଙ୍କ ପାଖେ ଦାବି କରାଯାଇଛି। ଏହାସହିତ ଅଷ୍ଟ୍ରେଲିଆ ମାଟିରେ ଭାରତର, ସୁରକ୍ଷାରେ କ୍ଷତି ପହଞ୍ଚାଉଥିବା କାର୍ଯ୍ୟକଳାପକୁ ଅନୁମତି ଦେବାକୁ ଅପିଲ୍ କରାଯାଇଛି

ସୂଚନାଥାଉକି, ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିବା ମନ୍ଦିରରେ କିଛିଦିନ ତଳେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଥିଲା। ଖଲିସ୍ତାନୀ ସମର୍ଥକମାନେ ଏପରି କରିଥିବା ଅଭିଯୋଗ ହୋଇଥିଲା। ମନ୍ଦିର କାନ୍ଥରେ ଭାରତ ବିରୋଧି ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା ଭାରତପର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା। ଏପରି ହରକତ ପାଇଁ ଅଷ୍ଟ୍ରେଲିୟ ହିନ୍ଦୁମାନେ ଅସନ୍ତୋଷ ପ୍ରକାଶ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking