28.7 C
Bhubaneswar
Friday, April 10, 2026
Homeଓଡିଶାଆସନ୍ତାକାଲିଠାରୁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ !

ଆସନ୍ତାକାଲିଠାରୁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ !

ଭୁବନେଶ୍ୱର : ଆଜି ଓଡ଼ିଶାର ୧୧ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ପୂର୍ବାନୁମାନ କରିଛି ଯେ ଆସନ୍ତାକାଲିଠାରୁ ସର୍ବାଧିକ ଦିନର ତାପମାତ୍ରା ବୃଦ୍ଧି ପାଇବ ଏବଂ ରାଜ୍ୟର ଅନେକ ସ୍ଥାନରେ ଏହା 40 ଡିଗ୍ରୀ ଅତିକ୍ରମ କରିବ।୧୧ ଏପ୍ରିଲରେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ।ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ୪-୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ।ଆଜି ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଭୁବନେଶ୍ୱରରେ ଦିନର ତାପମାତ୍ରା ୩୮ ଡିଗ୍ରୀ ଉପରେ ବଢ଼ିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ଓଡ଼ିଶାର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ପ୍ରବଳ ଗରମ ଅନୁଭୂତ ହେବ ଏବଂ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ।୧୧ ଏପ୍ରିଲରେ ଜାହରସୁଗୁଡ଼ାର ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ୧୨ ଏପ୍ରିଲରୁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପଡ଼ୋଶୀ ଅଞ୍ଚଳରେ ଆର୍ଦ୍ରତା ଏବଂ ଗରମ ଅନୁଭୂତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking