26.1 C
Bhubaneswar
Monday, March 2, 2026
Homeଓଡିଶାରାଜ୍ୟରେ ଆହୁରି ବଢିବ ତାପମାତ୍ରା !

ରାଜ୍ୟରେ ଆହୁରି ବଢିବ ତାପମାତ୍ରା !

ଭୁବନେଶ୍ଵର: ମାର୍ଚ୍ଚ ମାସ ଆରମ୍ଭ ସହ ତାତି ଆହୁରି ବଢ଼ିଛି । ମାସର ପ୍ରଥମ ଦିନରେ ରାଜ୍ୟର ୪ ସହରରେ ପାରଦ ୩୬ ଡିଗ୍ରୀ ଡେଇଁଛି । ୩୬.୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ଵର ସହ ସୋନପୁର ଓ ବାରିପଦାରେ ପାରଦ ୩୬ ଉପରେ ରହିଛି ।ଭୁବନେଶ୍ୱର ଓ ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାରିପଦାରେ ୩୬ ଡିଗ୍ରୀ ରହିଛି ।ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସ୍ଵାଭାବିକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଦିନ ସାରାଦେଶରେ ରହିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।ପୂର୍ବ ଭାରତ ଏବଂ ପୂର୍ବକେନ୍ଦ୍ରୀୟ ଭାରତରେ ସ୍ଵାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇପାରେ ।  ଓଡ଼ିଶା ସହ ପଶ୍ଚିମ ରାଜସ୍ଥାନ, ଗୁଜରାଟ, ହରିୟାଣା, ଦକ୍ଷିଣ ଏବଂ ପୂର୍ବ ମହାରାଷ୍ଟ୍ର, ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଉତ୍ତର ତାମିଲନାଡ଼ୁରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ ଅଧିକ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking