32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବଢ଼ିଲା ଟେଲିଗ୍ରାସ ସିଇଓ ପାଭେଲ ଡୁରୋଭଙ୍କ ସମସ୍ୟା

ବଢ଼ିଲା ଟେଲିଗ୍ରାସ ସିଇଓ ପାଭେଲ ଡୁରୋଭଙ୍କ ସମସ୍ୟା

ନୂଆଦିଲ୍ଲୀ: ବଢ଼ିଲା ଟେଲିଗ୍ରାସ ସିଇଓ ପାଭେଲ ଡୁରୋଭଙ୍କ ସମସ୍ୟା ତାଙ୍କ ବିରୋଧ ଆସିଛି ସଙ୍ଗୀନ ଅଭିଯୋଗ । ଟଙ୍କା ହେର୍‌ଫେର୍‌, ତସ୍କରୀ ଓ ଦୁର୍ନୀତି, ଡାଟା ଲିକ୍ ଭଳି ଅନେକ ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ହୋଇଛି । ଏସବୁ ମାମଲାର ଯାଞ୍ଚ କରାଯିବ । ତଦନ୍ତ ପୂରା ନହେବା ଯାଏ ସେ ଫ୍ରାନ୍ସ ଛାଡି ପାରିବେ ନାହିଁ । ନିକଟରେ ଫ୍ରାନ୍ସ ବିମାନ ବନ୍ଦରରୁ ମେସେଜିଂ ଆପ୍ ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭ ଗିରଫ କରିଥିଲେ । ଗତକାଲି ତାଙ୍କୁ ଜାମିନ ମିଳିଛି । ଫ୍ରାନ୍ସର କୋର୍ଟ ତାଙ୍କୁ ଜାମିନ ବାବଦକୁ ୫ ମିଲିୟନ ୟୁରୋ ତଥା ୪୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଫ୍ରାନ୍ସ କର୍ତ୍ତୃପକ୍ଷ ବର୍ତ୍ତମାନ ପାଭେଲ ଡୁରୋଭଙ୍କୁ ଦେଶ ଛାଡିବାକୁ ମନା କରିଛନ୍ତି । ତାଙ୍କୁ ପ୍ରତି ସପ୍ତାହରେ ଦୁଇଥର ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଛି ।

ପାଭେଲ ଡୁରୋଭ ରୁଷିଆରେ ଜନ୍ମ ହୋଇଥିଲେ ମଧ୍ୟ ରୁଷିଆ ବ୍ୟତୀତ ତାଙ୍କର ଅନେକ ଦେଶର ନାଗରିକତ୍ୱ ରହିଛି । ଡୁରୋଭ ଗତ କିଛି ବର୍ଷ ଧରି ଫ୍ରାନ୍ସରେ ରହି ଆସୁଥିଲେ । ତାଙ୍କର ଫ୍ରାନ୍ସର ନାଗରିକତା ମଧ୍ୟ ଅଛି । ରୁଷିଆ ଏବଂ ଫ୍ରାନ୍ସ ବ୍ୟତୀତ ଟେଲିଗ୍ରାମ ସିଇଓଙ୍କର ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ସେଣ୍ଟ କିଟ୍ସ ଏବଂ ନେଭିସର ନାଗରିକତା ମଧ୍ୟ ରହିଛି । ତାଙ୍କ ଗିରଫଦାରୀ ଯୋଗୁ ଫ୍ରାନ୍ସ ଓ ରୁଷର ସମ୍ପର୍କ ଉପରେ ପ୍ରଭାବ ପଡିଛି । ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । କ୍ରେମଲିନ୍ ମୁଖପାତ୍ର କହିଛନ୍ତି ଯେ ରୁଷ ଡୁରୋଭଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ, କିନ୍ତୁ ତାଙ୍କ ଫ୍ରାନ୍ସର ନାଗରିକତ୍ୱ ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡିଛି । ସେପଟେ ଡୁରୋଭଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖି ସଂଯୁକ୍ତ ଆରବ ଏମିରେଟ୍ସ ଫ୍ରାନ୍ସକୁ ତାଙ୍କୁ ସମସ୍ତ ଆଇନଗତ ବିକଳ୍ପ ଯୋଗାଇବାକୁ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking