19.1 C
Bhubaneswar
Friday, November 22, 2024
Homeଓଡିଶାମାନସିକ ଚିକିତ୍ସା ପାଇଁ ଟେଲି-ମାନସ ସେଲ୍‌

ମାନସିକ ଚିକିତ୍ସା ପାଇଁ ଟେଲି-ମାନସ ସେଲ୍‌

ଭୁବନେଶ୍ୱର: କୋଭିଡ ପରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବଢୁଥିବା ଦେଖାଯାଇଛି । ତେଣୁ ଏହାର ମୁକାବିଲା ପାଇଁ ରାଜ୍ୟରେ ଦୁଇଟି ଟେଲି-ମାନସ ସେଲ୍ କରାଯାଇଛି । କଟକ ଏସ୍‌ସିବିରେ ଥିବା ମେଣ୍ଟାଲ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍ ଏବଂ ବ୍ରହ୍ମପୁର ଏମ୍‌କେସିଜି ପରିସରରେ ଥିବା ଡିଷ୍ଟ୍ରିକ୍ଟ ମେଣ୍ଟାଲ ହେଲ୍‌ଥ ପ୍ରୋଗ୍ରାମ ୟୁନିଟ୍‌ରେ ଏହି ଦୁଇଟି ସେଲ୍ କାର୍ଯ୍ୟ କରୁଛି । ଏହି ଟେଲି-ମାନସ ସେଲ୍ ନମ୍ବରକୁ ବ୍ୟାପକ ପ୍ରଚାର କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶଦେଇଛନ୍ତି । ଏ ନେଇ ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦ୍ଦେର୍ଶକଙ୍କ ବ୍ୟତୀତ ଆଉ ୮ ବିଭାଗର ସଚିବ ଏବଂ ସମସ୍ତ ଜିଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଯାଇଛନ୍ତି । ଏହି ସେଲ୍ ମାନସିକ ସମସ୍ୟା ଥିବା ବ୍ୟକ୍ତିଙ୍କୁ ସାଇକଲୋଜିକାଲ ଫାଷ୍ଟଏଡ୍‌, କାଉନ୍‌ସେଲିଂ କରିବ । ଏଥିପାଇଁ ୧୪୪୧୬ ହେଲ୍ଫଲାଇନ ନମ୍ବରକୁ ଯୋଗା ଯୋଗ କରିବା ପାଇଁ କୁହାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସେଲ୍ ସକାଳ ୮ଟା ରୁ ରାତି ୮ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ତେଣୁ ଏହି ଟେଲି-ମାନସ ହେଲ୍ପଲାଇନ ନମ୍ବର (୧୪୪୧୬)କୁ ବ୍ୟାପକ ଭାବେ ବିଭିନ୍ନ ବିଭାଗ, ସ୍କୁଲ, କଲେଜ ଭଳି ସ୍ଥାନରେ ଡିସ୍‌ପ୍ଲେ କରି ପ୍ରଚାର କରିବା ପାଇଁ କୁହାଯାଇଛି । ଅପରପକ୍ଷେ ଏଭଳି ସମସ୍ୟାକୁ ମୁକାବିଲା କରିବା ପାଇଁ ୩୦ଜଣ ମାନସିକ ରୋଗ ବିଶେଷଜ୍ଞ ଏବଂ ୩୦ଜଣ ମାନସିକ ରୋଗ ଚିକିତ୍ସିକ(କ୍ଲିନିକାଲ ସାଇକଲୋଜିଷ୍ଟ)ଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ କରାଯାଇଛି । ଏ ନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking