ନୂଆଦିଲ୍ଲୀ : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୫ ରନ କରିଛି । । ଭାରତ ଏହି ଶେଷ ମୁକାବିଲାକୁ ବିଜୟ ହାସଲ କରିବା ସହିତ ସିରିଜକୁ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛି । ଚାଲୁଥିବା ସିରିଜରେ ଭାରତ୨-୦ରେ ଆଗୁଆ ରହିଛି। ତେବେ ୫୦ ଓଭରରେ ୨୬୫ ରନ୍ କରି ଭାରତୀୟ ଦଳ ଅଲ ଆଉଟ୍ ହୋଇଯାଇଥିଲା। ସେହିପରି ଶ୍ରେୟାସ ଆୟର ଭାରତ ପାଇଁ ୮୦ ରନର ସର୍ବାଧିକ ଇନିଂସ ଖେଳିଥିଲେ। ଏହା ସହ ଋିଷଭ ପନ୍ତ ୫୬ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ଦୀପକ ଚହର ୩୮ ଟି ବଲରେ ୩୮ ରନ୍ ଏବଂ ୱାଶିଂଟନ୍ ସୁନ୍ଦର ୩୪ ଟି ବଲରେ ୩୩ ରନ୍ ହୋଇଥିଲା।
ଅଧିନାୟକ ରୋହିତ ଶର୍ମା ୧୩ ରନ୍, ଶିଖର ଧାୱନ ୧୦ ରନ୍, ବିରାଟ କୋହଲି ଶୂନ ଏବଂ ସୂର୍ୟ୍ୟକୁମାର ୬ ରନ୍ ସଂଗ୍ରହ କରିଥିଲେ। ଭାରତ ରୋହିତ, ବିରାଟ ଏବଂ ଧାୱନଙ୍କ ୱିକେଟକୁ ୪୨ ରନରେ ହରାଇଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଜେସନ୍ ହୋଲ୍ଡର ଚାରିଟି ୱିକେଟ୍ ନେଇ ସଫଳତା ପାଇଥିଲେ। ସେହିପରି ଜୋସେଫ ଏବଂ ହେଡେନ ୱାଲଶ ଦୁଇଟି ଲେଖାଏଁ ୱିକେଟ୍ ନେଇ ସଫଳତା ପାଇଥିଲେ । ଏହା ସହ ଓଡିଆନ୍ ସ୍ମିଥ୍ ଏବଂ ଫାବିଆନ୍ ଆଲେନ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଜରକ୍ଟ୍ରକ୍ଟକ୍ସଗ୍ଧରକ୍ସ