27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ଟିମ୍ ଇଣ୍ଡିଆ ନଂ.୧

ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ଟିମ୍ ଇଣ୍ଡିଆ ନଂ.୧

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ମଙ୍ଗଳବାର ଜାରି ଟେଷ୍ଟ୍ ଟିମ୍ ର‌୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ଶୀର୍ଷ ସ୍ଥାନରେ ପହଞ୍ଚିଛି । ଚଳିତ ବର୍ଷ ପ୍ରାରମ୍ଭରେ ଟିମ୍ ଇଣ୍ଡିଆ ଲଗାତାର ଚତୁର୍ଥ ଥର ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବାରେ ସଫଳତା ହାସଲ କରିବା ସହିତ ଟେଷ୍ଟ୍ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା । ଇତିମଧ୍ୟରେ ଭାରତକୁ ୨୫ ମ୍ୟାଚ୍‌ର ୩୦୩୧ ପଏଣ୍ଟ୍ ମିଳିଥିବା ବେଳେ ଟିମ୍‌ର ରେଟିଂ ପଏଣ୍ଟ୍ ୧୨୧ ହୋଇଛି ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ୨୩ ମ୍ୟାଚ୍‌ରୁ ୨୬୭୯ ପଏଣ୍ଟ୍ ମିଳିଥିବା ବେଳେ ତାର ରେଟିଂ ପଏଣ୍ଟ୍ ୧୧୬ ହୋଇଛି । ଫଳରେ ଭାରତ ପ୍ରଥମ ଏବଂ ଅଷ୍ଟ୍ରେଲିଆ ଦ୍ୱିତୀୟ ନମ୍ବରରେ ରହିଛନ୍ତି । ଇଂଲଣ୍ଡ ତୃତୀୟ, ସାଉଥ୍ ଆଫ୍ରିକା ଚତୁର୍ଥ ଏବଂ ନ୍ୟୁଜିଲାଣ୍ଡ୍ ପଞ୍ଚମ ସ୍ଥାନରେ ରହିଛନ୍ତି । ଆଇସିସିର ବାର୍ଷିକ ର‌୍ୟାଙ୍କିଙ୍ଗ୍ ଅପଡେଟ୍ ପୂର୍ବରୁ ଅଷ୍ଟ୍ରେଲିଆ ୧୨୨ ପଏଣ୍ଟ୍ ସହିତ ଶୀର୍ଷରେ ଏବଂ ଭାରତ ତା’ ଠାରୁ ୩ ପଏଣ୍ଟ୍ ପଛରେ (୧୧୯) ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ଅପ୍‌ଟେଡ୍ ମେ ୨୦୨୦ ପରେ ଟିମ୍‌ଗୁଡ଼ିକର ପ୍ରଦର୍ଶନକୁ ଧ୍ୟାନରେ କରାଯାଇଛି । ଆଇସିସି ବାର୍ଷିକ ର‌୍ୟାଙ୍କିଙ୍ଗ୍‌ରେ ମେ ୨୦୨୦ରୁ ମେ ୨୦୨୨ ପୂର୍ବରୁ ଶେଷ ହୋଇଥିବା ସିରିଜ୍‌ର ୱେଟେଜ୍ ୫୦% ଏବଂ ମେ ୨୦୨୨ ପରେ ସମସ୍ତ ସିରିଜ୍‌ର ୱେଟେଜ୍ ୧୦୦% ରହିଛି ।

ଚଳିତ ବର୍ଷ ଜୁନ୍ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଦୁଇ ଟିମ୍ ଘୋଷଣା ସରିଛି । ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଫାଇନାଲ୍‌କୁ ଓହ୍ଲାଇବ । ଅନ୍ୟପକ୍ଷରେ ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆର ତିନିଜଣ ବଡ଼ ଖେଳାଳି ଆହତ ହୋଇଛନ୍ତି । ଏହା ମଧ୍ୟରେ କେଏଲ୍ ରାହୁଲ, ଶାର୍ଦ୍ଦୁଲ ଠାକୁର ଓ ଜୟଦେବ ଉନାଦକତ୍ ସାମିଲ । ଶାର୍ଦ୍ଦୁଲ୍ ଆଇପିଏଲ୍‌-୧୬ର ବାକି ସିଜନ୍‌ରୁ ବାଦ୍ ପଡ଼ିଛନ୍ତି । ସେହିପରି ଟ୍ରେନିଂ ସେସନ୍‌ରେ ତଳେ ପଡ଼ିଯିବା ଫଳରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଟିମ୍‌ର ଜୟଦେବ ଉନାଦକତ୍‌ଙ୍କୁ ଆଘାତ ଲାଗିଛି । ଅନ୍ୟପକ୍ଷରେ ଆର୍‌ସିବି ବିପକ୍ଷ ମ୍ୟାଚ୍‌ରେ ରାହୁଲ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking