36.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଟିମ୍ ଇଣ୍ଡିଆରେ ଦେବଦତ୍ତ ପାଡିକ୍କଲ୍ ସାମିଲ

ଟିମ୍ ଇଣ୍ଡିଆରେ ଦେବଦତ୍ତ ପାଡିକ୍କଲ୍ ସାମିଲ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଅଚାନକ ଟିମ୍ ଇଣ୍ଡିଆରେ ଜଣେ ନୂଆ ଖେଳାଳିଙ୍କୁ ଏଣ୍ଟ୍ରି ହୋଇଛି। ଦେବଦତ୍ତ ପାଡିକ୍କଲ୍‌ଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ଏହା ସହିତ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ଆଶା ମଧ୍ୟ କରାଯାଉଛି। ବାମହାତୀ ବ୍ୟାଟର୍ ପାଡିକ୍କଲ୍‌ଙ୍କୁ ପ୍ରଥମ ଟେଷ୍ଟ୍ ପାଇଁ ଭାରତୀୟ ସ୍କ୍ୱାଡ୍‌ରେ ସାମିଲ କରାଯାଇଥିବା ଗୁରୁବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ପାଡିକ୍କଲ୍ ଚଳିତ ବର୍ଷ ଟେଷ୍ଟ୍ ଡେବ୍ୟୁ କରିଥିଲେ। ତେବେ ଏହାପରେ ତାଙ୍କୁ ଭାରତୀୟ ଟିମ୍‌ରେ ସ୍ଥାନ ମିଳିନାହିଁ। ଏବେ ତାଙ୍କର ଏକପ୍ରକାର ପ୍ରତ୍ୟାବର୍ତ୍ତନ ଘଟିଛି। ଶୁଭମନ ଗିଲ୍‌ଙ୍କ ଆହତ କାରଣରୁ ପାଡିକ୍କଲ୍‌ଙ୍କୁ ପ୍ରଥମ ଟେଷ୍ଟ୍‌ରେ ସ୍ଥାନ ମିଳିପାରେ ବୋଲି ଆଗରୁ ସମ୍ଭାବନା ପ୍ରକାଶ କରାଯାଉଥିଲା। ଏବେ ଏହାର ଆଧିକାରିକ ଘୋଷଣା ମଧ୍ୟ ହୋଇଛି।
ଦେବଦତ୍ତ ପାଡିକ୍କଲ୍ ଚଳିତ ବର୍ଷ ମାର୍ଚ୍ଚରେ ନିଜର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଧର୍ମଶାଳାରେ ଖେଳିଥିଲେ। ସେତେବେଳେ ନଂ.୪ରେ ବ୍ୟାଟିଂ କରି ସେ ୬୫ ରନ୍‌ର ବହୁମୂଲ୍ୟ ଇନିଂସ୍ ଖେଳିଥିଲେ। ସେତେବେଳେ ସେ ବିରାଟ କୋହଲିଙ୍କ ସ୍ଥାନରେ ନଂ.୪ରେ ଆସିଥିବା ବେଳେ ଏଥର ସେ ଗିଲ୍‌ଙ୍କ ସ୍ଥାନରେ ଟିମ୍‌ରେ ସାମିଲ ହୋଇଛନ୍ତି। ପ୍ରଥମ ଟେଷ୍ଟରେ ସେ ନଂ.୩ରେ ବ୍ୟାଟିଂ କରିପାରନ୍ତି। ଅଷ୍ଟ୍ରେଲିଆ-ଏ’ ବିପକ୍ଷ ଅନୌପଚାରିକ ଟେଷ୍ଟ୍‌ରେ ଭାରତ-ଏ’ ପକ୍ଷରୁ ତିନିଟି ମ୍ୟାଚ୍‌ରେ ମୋଟ ୮୮ ରନ୍ କରିଥିଲେ। ତେବେ ଅଷ୍ଟ୍ରେଲିଆରେ ବହୁ ସମୟ ଧରି ଅବସ୍ଥାନ କରିବା ଫଳରେ ସେଠାକାର ଆହ୍ୱାନ ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି। ଏହି କାରଣରୁ ତାଙ୍କୁ ଟିମ୍‌ରେ ସୁଯୋଗ ଦିଆଯାଇଛି। ଦ୍ୱିତୀୟ ଥର ମିଳିଥିବା ଏହି ସୁଯୋଗର ସେ କିପରି ଲାଭ ଉଠାଉଛନ୍ତି ତାହା ଦେଖିବାକୁ ବାକି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking