ନୂଆଦିଲ୍ଲୀ : ଡାକ୍ତରଙ୍କ ବିରୋଧରେ ଆସିଲା ଯୌନଶୋଷଣ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ସହ କାମ କରୁଥିବା ନର୍ସ। ଦୀର୍ଘ ୪ ବର୍ଷ ଧରି ଡାକ୍ତର ନର୍ସଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ । ତାଙ୍କୁ ଡରାଇ ଏଭଳି ଦୁଷ୍କର୍ମ କରୁଥିବା ଅଭିଯୋଗ ଆଣିଛନ୍ତି । ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଡାକ୍ତର ଜୈଦ ଏବଂ ତାଙ୍କ ବାପାଙ୍କୁ ଗିରଫ କରିଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୋଗ ଅନୁସାରେ, ନର୍ସ ଜଣକ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ସେହି ମେଡିକାଲର ଉପର ମହଲାରେ ଥିବା ରୁମରେ ଡାକ୍ତର ତାଙ୍କୁ ନେଇ ଖରାପ ସମ୍ପର୍କ ରଖୁଥିଲେ । ୨୦୨୨ ମସିହାରୁ ନିୟମିତ ଏଭଳି କରି ଆସୁଥିଲେ । ଏମିତିକି ବାରଣ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ । ଡାକ୍ତର ମୋ ଗର୍ଭପାତ କରିତିବା ମଧ୍ୟ କହିଛନ୍ତି ନର୍ସ ଜଣକ । ପରେ ଯେତେବେଳେ ଅତ୍ୟାଚାର ବଢ଼ିଲା ନର୍ସ ତାଙ୍କ ମାଆଙ୍କୁ ଜଣାଇଥିଲେ । ମାଆଙ୍କ ସହ ମେଡିକାଲକୁ ନର୍ସ ଯାଇ ଯେତେବେଳେ କଥା ହୋଇଥିଲେ ଡାକ୍ତରଙ୍କ ବାପା ଏବଂ ଡାକ୍ତର ସେମାନଙ୍କୁ ମାଡ଼ ମାରିବା ସହ ବାହାରକୁ କାଢ଼ି ଦେଇଥିଲେ । ପରେ ଏନେଇ ପୁଲିସ ନିକଟରେ ଅଭିଯୋଗ କରାଯାଇଥିବାବେଳେ ଡାକ୍ତରୀ ମାଇନା କରାଯାଇଛି । ଅଭିଯୁକ୍ତ ବାପା ପୁଅଙ୍କୁ ଗିରଫ କରାଯାଇଛି । ସେପଟେ ଏବେ ସ୍ଥାନୀୟ ଅଞ୍ଚଳରେ ଡାକ୍ତରଙ୍କ ଏହି ଡାର୍ଟି କାହାଣୀ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।










