25.1 C
Bhubaneswar
Monday, January 12, 2026
Homeଖେଳନ୍ୟୁଜିଲାଣ୍ଡ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ନ୍ୟୁଜିଲାଣ୍ଡ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା। ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି – ୨୦ ସିରିଜ୍ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଦଳର ଘୋଷଣା କରିଛି। ଶୁଭମନ ଗିଲ୍‌ଙ୍କୁ ଦଳରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଇଶାନ ସିଶାନ ଏବଂ ରିଙ୍କୁ ସିଂହଙ୍କୁ ସାମିଲ କରାଯାଇଛି। ଜିତେଶ ଶର୍ମାଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି – ୨୦ ସିରିଜ୍ ଜାନୁଆରୀ ୨୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଖେଳାଯିବ। ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି – ୨୦ ସିରିଜ୍ ପାଇଁ ଚୟନ ହୋଇଥିବା ଦଳ ୨୦୨୬ ଟି – ୨୦ ବିଶ୍ୱକପ୍ ପାଇଁ ମଧ୍ୟ ଦଳ। ଏହାର ଅର୍ଥ ଶୁଭମନ ଗିଲଙ୍କୁ ଟି – ୨୦ ବିଶ୍ୱକପ୍ ଦଳରୁ ମଧ୍ୟ ବାଦ୍ ଦିଆଯାଇଛି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି – ୨୦ ସିରିଜ୍ ପାଇଁ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ଭର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରିଙ୍କୁ ସିଂ, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ

୨୦୨୬ ଟି୨୦ ବିଶ୍ୱକପ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ପାଇଁ ବିସିସିଆଇ ଚାରି ଜଣ ବ୍ୟାଟ୍ସମ୍ୟାନ୍, ଦୁଇଜଣ ୱିକେଟକିପର, ଦୁଇଜଣ ସ୍ପିନ୍ ଅଲରାଉଣ୍ଡର, ଦୁଇଜଣ ଫାଷ୍ଟ ବୋଲିଂ ଅଲରାଉଣ୍ଡର, ଦୁଇଜଣ ସ୍ପିନର ଏବଂ ତିନି ଜଣ ଫାଷ୍ଟ ବୋଲରଙ୍କୁ ଚୟନ କରିଛି। ୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି, ବିସିସିଆଇ ୧୫ ଜଣ ଖେଳାଳିଙ୍କୁ ଚୟନ କରିଛି।  

ଈଶାନ କିଷାନଙ୍କୁ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ ଏବଂ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଦଳରେ ସାମିଲ କରାଯାଇଛି। ସେ ସମ୍ପ୍ରତି ସୟଦ ମୁସ୍ତାକ ଅଲି ଟ୍ରଫିରେ ଝାଡ଼ଖଣ୍ଡକୁ ବିଜୟୀ କରାଇଥିଲେ ଏବଂ ବ୍ୟାଟ୍ ସହିତ ୫୦୦ ରୁ ଅଧିକ ରନ୍ କରିଥିଲେ। ସେ ଦଳରେ ଜିତେଶ ଶର୍ମାଙ୍କ ସ୍ଥାନ ନେଇଛନ୍ତି। ରିଙ୍କୁ ସିଂହ ମଧ୍ୟ ଦଳକୁ ଫେରିଛନ୍ତି। ରିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଟି-୨୦ ସିରିଜର ଅଂଶ ନଥିଲେ। ଏହା ବ୍ୟତୀତ, ଶୁଭମନ ଗିଲଙ୍କୁ ଭାରତର ଟି-୨୦ ଦଳରୁ ବାଦ ଦିଆଯାଇଛି।

ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ବାଦ ପଡ଼ିଲେ ଗିଲ୍

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking