18.1 C
Bhubaneswar
Saturday, November 23, 2024
Homeଓଡିଶାଜାଲ୍ ସାର୍ଟିଫିକେଟରେ ଶିକ୍ଷକତା ଚାକିରୀ: ଜେଲ୍ ଗଲେ ବିଶ୍ୱନାଥପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ

ଜାଲ୍ ସାର୍ଟିଫିକେଟରେ ଶିକ୍ଷକତା ଚାକିରୀ: ଜେଲ୍ ଗଲେ ବିଶ୍ୱନାଥପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ

ଗୋଳନ୍ଥରା : ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନରେ ତିନୋଟି ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରୁଥିବା ୩ ଶିକ୍ଷକ ନିଯୁକ୍ତି ସମୟରେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଜଣାପଡିବା ପରେ ଆଜି ଆଉ ଜଣେ ଶିକ୍ଷୟିତ୍ରୀ ଜେଲ ଯାଇଥିବା ଜଣାପଡିଛି । ଶିକ୍ଷୟିତ୍ରୀ ଜଣଙ୍କ ବିଶ୍ୱନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଭାସିନୀ ପଟ୍ଟନାୟକ ସାମନ୍ତରା ବୋଲି ଗୋଳନ୍ଥରା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷାଧିକାରୀ ଶାନ୍ତିଲତା ମୁନିଙ୍କ ପକ୍ଷରୁ ତାଙ୍କ ଅଧିନସ୍ଥ ଦୁଇଟି ପ୍ରାଥମିକ ବିଦ୍ୟାଳୟରେ କର୍ଯ୍ୟରତ ଦୁଇ ଜଣ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟ ବଳରେ ଚାକିରୀ କରୁଥିବା ତଦନ୍ତ ବେଳେ ଜଣାପଡିଥିଲା । ଏନେଇ ବୁଧବାର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ବୁଧବାର ସୁନାଦେଇ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥିତ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାମନ୍ତରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ବିଶ୍ୱନାଥପୁର ପ୍ରାଥମିକ ବିଦ୍ୟାଳୟରୁ ସ୍ୱେଛାକୃତ ଅବସର ଗ୍ରହଣ କରିଥିବା ପ୍ରଭାସିନୀ ପଟ୍ଟନାୟକଙ୍କୁ ତାଙ୍କ ଭାବିନୀପୁରସ୍ଥିତ ବାସଭବନରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହା ସହ ଗୋପାଳପୁର ଥାନା ଅଞ୍ଚଳର ରଙ୍ଗେଇଲୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ନେଇ ଆଜି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking