19.1 C
Bhubaneswar
Friday, November 22, 2024
Homeଅପରାଧଶିକ୍ଷକଙ୍କ ୭ ବର୍ଷ ଛାତ୍ରର ମୃତ୍ୟୁ

ଶିକ୍ଷକଙ୍କ ୭ ବର୍ଷ ଛାତ୍ରର ମୃତ୍ୟୁ

ବିହାର: ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଜଣେ ୭ ବର୍ଷ ବୟସ୍କ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଘଟଣଟି ଘଟିଛି ବିହାର ସରସା ଜିଲ୍ଲାରେ । ଛାତ୍ର ଜଣଙ୍କ ହୋମ ୱାର୍କ କରି ଆସି ନଥିବାରୁ ଶିକ୍ଷକ ପିଟିଥିଲେ । ଫଳରେ ଛାତ୍ରଙ୍କର ମୃତ୍ୟୁ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଅଘଟଣ ଘଟିବା ପରେ ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

ଛାତ୍ରର ଘର ବିହାର ମାଧେପୁର ଭାରହି ଗାଁରେ । ଛାତ୍ରଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ, ହୋମ ୱାର୍କ କରି ନଥିବାରୁ ସ୍କୁଲର ଶିକ୍ଷକ ତଥା ଡାଇରେକ୍ଟର ତାଙ୍କ ପୁଅକୁ ନିର୍ଦ୍ଦୟ ଭାବେ ପିଟିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ମୁଁ ସ୍କୁଲରେ ପହଞ୍ଚିବା ପରେ ପୁଅ ବେଡରେ ଶୋଇଥିଲା ଓ ତା’ ଦେହରେ ଜୀବନ ନଥିଲା ବୋଲି ଅଭିଯୋଗ କରିଛନ୍ତି ଛାତ୍ରର ପିତା। ତାକୁ ମୁଁ ମେଡିକାଲ ନେବା ପରେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଫଳରେ ଶିକ୍ଷକ ତାଙ୍କ ପୁଅକୁ ମାରିଦେଇଛି ବୋଲି ପରେ ଛାତ୍ରର ପିତା ସଦର ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking