19.1 C
Bhubaneswar
Sunday, February 8, 2026
Homeଅପରାଧଶିକ୍ଷକଙ୍କୁ ଜୀଅନ୍ତା ଗାତରେ ପୋତିଦେଲେ; କାହିଁକି ଜାଣନ୍ତୁ..

ଶିକ୍ଷକଙ୍କୁ ଜୀଅନ୍ତା ଗାତରେ ପୋତିଦେଲେ; କାହିଁକି ଜାଣନ୍ତୁ..

ହରିୟାଣା: ହାତ, ଗୋଡ଼ ବାନ୍ଧିଲେ, ମୁହଁରେ ଟେପ୍ ମାରିଲେ। ଆଉ ସିଧା ଜୀଅନ୍ତା ଗାତରେ ପୋତିଦେଲେ ଯୋଗ ଶିକ୍ଷକଙ୍କୁ। ଆଉ ଅଭିଯୁକ୍ତ ବ୍ୟକ୍ତି ଜଣକ ଏପରି ଅମାନୁଷିକ କାର୍ଯ୍ୟ କାହିଁକି କଲେ ତାହା ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହଁ ଜଣେ ଯୋଗ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ଜୀବନ୍ତ ପୋତି ଦେଇଥିବା ଖବର ଏବେ ସାମ୍ନାକୁ ଆସିଛି। ଆଉ ଏହି କାଣ୍ଡର ମୂଳ କାରଣ ହେଉଛନ୍ତି ଅଭିଯୁକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ। ଆଉ ହତ୍ୟାକାଣ୍ଡ ଘଟିବାର ଦୀର୍ଘ ୩ ମାସ ପରେ ପୋଲିସ ଏବେ ମାର୍ଚ୍ଚ ୨୪ ତାରିଖ ଦିନ ମୃତଦେହ ଉଦ୍ଧାର କରିଛି। ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଚରଖି ଦାଦରିରେ। ଯେଉଁଠାରେ ଜଣେ ରୋହତକର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଯୋଗ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ଜୀବନ୍ତ ପୋତି ଦେଇଥିବା ଖବର ସାମ୍ନାକୁ ଆସିଛି। ଦୀର୍ଘ ୩ ମାସ ତଳେ ଯୋଗ ଶିକ୍ଷକ ଜଗଦୀପ କୁଆଡେ ନିଖୋଜ ହୋଇଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ଡିସେମ୍ବର ୨୪ ତାରିଖରେ ଜଗଦୀପଙ୍କୁ ଅପହରଣ କରାଯାଇଥିଲା। ଅଭିଯୁକ୍ତ ତାଙ୍କର ହାତ ଗୋଡ଼ ବାନ୍ଧି ତାଙ୍କ ମୁହଁରେ ଟେପ୍ ଲଗାଇ ଦେଇଥିଲେ। ଯାହାଦ୍ୱାରା ସେ କୌଣସି ଶବ୍ଦ କରିପାରିବେ ନାହିଁ ।

ତା’ପରେ ତାଙ୍କୁ ଏକ ନିର୍ଜନ କ୍ଷେତକୁ ନିଆଯାଇଥିଲା। ଏବଂ ଶିକ୍ଷକଙ୍କୁ ଅପହରଣ କରି ସାତ ଫୁଟ ଗଭୀର ଗାତରେ ଜୀବନ୍ତ ପୋତି ଦେଇଥିଲେ ଅଭିଯୁକ୍ତ। ଶିକ୍ଷକଙ୍କୁ ରାସ୍ତାରୁ ହଟାଇ ଦେବାକୁ ଷଡଯନ୍ତ୍ର କରିଥିଲା। କାମ ସାରି ଘରକୁ ଫେରୁଥିବା ସମୟରେ ଡିସେମ୍ବର ୨୪ ତାରିଖରେ ଜଗଦୀପଙ୍କୁ ଅପହରଣ କରିନେଇଥିଲା ବ୍ୟକ୍ତି ଜଣକ। ତାପରେ ଶିକ୍ଷକଙ୍କ ହାତ ଗୋଡ଼ ବାନ୍ଧି ମୁହଁରେ ଟେପ୍ ମାରିଦେଇଥିଲା। ଯେପରି କେହି କିଛି ଜାଣିପାରିବେ ନାହିଁ। ଆଉ ଅପହରଣ ପରେ ଏକ ନିଛାଟିଆ ବିଲ ଭିତରକୁ ନେଇଯାଇଥିଲା। ସେଠାରେ ପାଖାପାଖି ୭ ଫୁଟର ଗାତ ଖୋଳିଥିଲା। ଜଣେ ଶ୍ରମିକଙ୍କୁ ଏହା ଏକ ବୋରୱେଲ ପାଇଁ ଖୋଳାଯାଉଛି ବୋଲି କହି ଜଗଦୀପଙ୍କୁ ସେହି ଗାତରେ ଜୀବନ୍ତ ପୋତି ଦେଇଥିଲା। ଅପହରଣର ୧୦ ଦିନ ପରେ ଫେବୃଆରୀ ୩ ତାରିଖରେ ଜଗଦୀପଙ୍କ ପାଇଁ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ପୋଲିସ ତିନି ମାସ ଧରି ତଦନ୍ତ ଜାରି ରଖିଥିଲା। ତଦନ୍ତର ତିନିମାସ ପରେ ଉକ୍ତ ବ୍ୟକ୍ତିଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ଏବଂ ଅଭିଯୁକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking