30.1 C
Bhubaneswar
Monday, July 8, 2024
Homeଓଡିଶାପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶିକ୍ଷକ ଗିରଫ

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶିକ୍ଷକ ଗିରଫ

ଭୁବନେଶ୍ୱର: ପେଶାରେ ଥିଲେ ସରକାରୀ ଶିକ୍ଷକ ହେଲେ ନିଶା ଥିଲା ସ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନଲରେ ସବ୍ସକ୍ରାଇବର୍ ଓ ଫଲୋର୍ସ ବଢେଇବା । ଆଉ ୟୁଟ୍ୟୁବରେ ଲୋକ ପ୍ରିୟତା ହାସଲ କରି ସେଥିରୁ ମୋଟା ଅଙ୍କର ଟଙ୍କା କମାଇବା । ହେଲେ ଏବେ ସେହି ନିଶା ଛଡାଇ ଦେଇଛି ସାଇବର ଥାନା ପୁଲିସ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର, ପରୀକ୍ଷାର ଦୁଇ ଦିନ ପୂର୍ବରୁ ୟୁଟ୍ୟୁବରେ ଅପଲୋଡ କରିବା ମହଙ୍ଗା ପଡିଲା ସରକାରୀ ଶିକ୍ଷକଙ୍କୁ । ଯାଜପୁର ଜିଲ୍ଲା ଗୋପୀନାଥ ଜୀଉ ଅପର ପ୍ରାଇମେରୀ ସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଜଗନ୍ନାଥ କର(୨୯) ଏବଂ ତାଙ୍କ ଧର୍ମପତ୍ନୀ ଋତୁପର୍ଣ୍ଣା ପତି(୨୭)ଙ୍କୁ ଗିରଫ କରିଛି ସାଇବାର ଥାନା ପୁଲିସ ।

ସୂଚନା ମୁତାବକ ଗତ ୧୮ ମାର୍ଚ୍ଚରେ ସାଇବର ଥାନାରେ ପ୍ରୋଜେକ୍ଟ ଡାଇରେକ୍ଟର ଓସେଫା ଅଭିଯୋଗ କରିଥିଲେ ଯେ ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସାରବର ଥାନାରେ ଅଭିଯୋଗ କରିଥିଲେ । ଏନେଇ ସାଇବର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜଣାପଡିଥିଲା ସମୀର ଏଜୁକେସନ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ସମୀର ସାହୁ ଯିଏକି ରମ୍ଭା ଗଞ୍ଜାମ ଅଞ୍ଚଳର ସେ ମଧ୍ୟ ପ୍ରଶ୍ନପତ୍ର ଅପଲୋଡ କରିଥିଲେ । ୟୁଟ୍ୟୁବ ଚ୍ୟାନେଲ ଚଲାଉଥିବା ସମୀରଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରି ଗତ ମାର୍ଚ୍ଚ ୩୦ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ପରେ ସମୀର କହିଥିଲା ଯେ ସେ ପ୍ରୋ ଆନ୍ସର ନାମକ ଏକ ୟୁଟ୍ୟୁବ ଚ୍ୟାନେଲରୁ ଏହି ପ୍ରଶ୍ନପତ୍ର ଆଣି ଅପଲୋଡ କେରିଥିଲେ । ଯାହାକୁ ଯାଜପୁରର ଋତୁପର୍ଣ୍ଣା ଏବଂ ତାଙ୍କ ସ୍ୱାମୀ ଜଗନ୍ନାଥ ଚଳାଇଥିଲେ । ଏହା ପରେ ପୁଲିସ ଜଗନ୍ନାଥଙ୍କ ଘରେ ଚଢ଼ଉ କରିଥିଲା । ଶିକ୍ଷକ ଜଗନ୍ନାଥ କର ସ୍କୁଲରୁ ପ୍ରଶ୍ନପତ୍ର ପାଇବା ମାତ୍ରେ ତୁରନ୍ତ ଏହାକୁ ଋତୁପର୍ଣ୍ଣା ପତିଙ୍କୁ ଦେଉଥିଲେ । ଯାହାକୁ ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଆଲୋଚନା କରାଯାଉଥିଲା । ଏକ୍ସକ୍ଲୁସିଭ ଇନଫରମେସନ ଆଗରୁ ଜଣାଇଲେ ଫଲୋର୍ସ ବଢ଼ିବା ନେଇ ଏପରି କରୁଥିଲେ । ତେବେ ଏଭଳି କାରବାର ଜାଣିବା ପରେ ସରକାରୀ ଶିକ୍ଷକ ସହ ତାଙ୍କର ପତ୍ନୀଙ୍କୁ ଗିରଫ କରାଯାଇଛି । ତାଙ୍କ ଘରେ ଚଢ଼ାଉ ପରେ ପୁଲିସକୁ ଲିକ ହୋଇଥିବା ପେପର, ୨ଟି ମୋବାଇଲ ସହ ଲ୍ୟାପଟପ୍ ଜବତ ହୋଇଛି । ତେବେ ଶିକ୍ଷକ ଥିବା ସମୟରେ ସ୍କୁଲର ପ୍ରଶ୍ନପତ୍ରକୁ ଦୁଇ ଦିନ ପରୀକ୍ଷାର ପୂର୍ବରୁ ଲୁଚାଇ ଆଣି ଏପରି ୟୁଟ୍ୟୁବରେ ଲିକ କରାଉଥିଲେ ବୋଲି ଭୁବନେଶ୍ୱର ଡିସିପି ପ୍ରତିକ୍ ସିଂ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking