28.1 C
Bhubaneswar
Thursday, March 5, 2026
Homeଅପରାଧଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ; ବନ୍ଧା ହେଲେ ରସିକିଆ ଶିକ୍ଷକ

ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ; ବନ୍ଧା ହେଲେ ରସିକିଆ ଶିକ୍ଷକ

ସୁନ୍ଦରଗଡ଼: ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ଓ ଏ କଥା ପ୍ରଘଟ କଲେ ମାରି ଦେବାକୁ ଧମକ ଦେବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ହଳଦୀକୁଦର ହାଇସ୍କୁଲର ସାହିତ୍ୟ ଶିକ୍ଷକ ତାପସ କୁମାର ବଢ଼େଇଙ୍କୁ ପୁଲିସ ଗିରଫ କରିଛି। ଛାତ୍ରୀ ଜଣଙ୍କ ଲହୁଣୀପଡ଼ା ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଆଧାର କାର୍ଡ ସଂଶୋଧନ କରିବା ବାହାନାରେ ସାହିତ୍ୟ ଶିକ୍ଷକ ଶ୍ରୀ ବଢ଼େଇ ତାଙ୍କୁ ଗତ ବର୍ଷ ଏପ୍ରିଲ ମାସରେ ବାଇକରେ ବଣାଇର ଏକ ଜନ ସେବା କେନ୍ଦ୍ରକୁ ନେଇଥିଲେ। ସେଠାରୁ ଫେରିବା ବେଳେ ଶ୍ରୀ ବଢ଼େଇ ତାଙ୍କୁ ସୁଆରପାଲି ନେଇ ଥିଲେ। ସୁପାରପାଲିରେ ସେ ଘର ଭଡ଼ା ନେଇ ରହନ୍ତି। ସେହି ଘରେ ଶ୍ରୀ ବଢ଼େଇ ତାଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ।ଏତିକିରେ ଶେଷ ହୋଇ ନଥିଲା ଏହି ନାବାଳିକା ପ୍ରତି ଶିକ୍ଷକଙ୍କ ନିର୍ଯାତନା। ଛାତ୍ରୀ ଜଣଙ୍କ ଏତଲାରେ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ତାପସ କୁମାର ବଢ଼େଇ ସେହି ଭଡ଼ା ଘରେ ଭିନ୍ନ ଭିନ୍ନ ଦିନରେ ତାଙ୍କ ସହିତ ୪/୫ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଏମିତିକି ସ୍କୁଲର ଲାଇବ୍ରେରୀ ରୁମ୍‌ରେ କେହି ନଥିବା ବେଳେ ୪/୫ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ଏ ବିଷୟରେ କାହାକୁ ନ କହିବାକୁ ଶ୍ରୀ ବଢ଼େଇ ତାଙ୍କୁ ଧମକ ଦେଇଥିଲେ। ତେବେ ଶ୍ରୀ ବଢ଼େଇଙ୍କୁ ପୁଲିସ ଗିରଫ କରିବା ସହ ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଶିକ୍ଷକ ଓ ଛାତ୍ରୀଙ୍କ ସମ୍ପର୍କରେ ଏହି ଘଟଣା ଏକ କଳଙ୍କ ସଦୃଶ ହୋଇଥିବା ବେଳେ ସାରା ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଥିବା ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking