32.1 C
Bhubaneswar
Friday, June 21, 2024
Homeଦେଶ ବିଦେଶଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ :  ଆଜିଠୁ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହୋଇଛି ନାଇଡୁ ସରକାର। ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ରାଜ୍ୟପାଳ ଏସ୍‌ ଅବ୍ଦୁଲ ନଜିର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି। ଶପଥ ନେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଦମଦାର ପ୍ରଦର୍ଶନ କରିଥିଲା ଟିଡିପି। ବିଧାନସଭାରେ ୧୭୫ ଆସନରୁ ୧୩୫ ଆସନରେ ବିଜୟ ହାସଲ କରିଛି ଚନ୍ଦ୍ରବାବୁ ନାଇଡୁଙ୍କ ଦଳ। ସେହିଭଳି ଲୋକସଭାରେ ୧୬ଟି ଆସନ ଦଳ ହାତେଇଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ବଡ ଘୋଷଣା କରିଥିଲେ। ଅମରାବତୀ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ହେବ ବୋଲି ସ୍ପଷ୍ଟ କରିଥିଲେ ଚନ୍ଦ୍ରବାବୁ ନାଇଡୁ। କିିଛି ମାସ ତଳେ ଚନ୍ଦ୍ରବାବୁ ନାଇଡୁ ଇଡି ଦ୍ବାରା ଗିରଫ‌ ହୋଇ ସେ ଜେଲ୍‌ରେ ଥିଲେ। ତାଙ୍କୁ ଜାମିନ ମିଳିବା ପରେ ନାଇଡୁ ଟିଡିପିର ନେତୃତ୍ବ ନେଇ ବିଜେପି ଓ ଜନସେନା ମେଣ୍ଟ ସହ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking