30.1 C
Bhubaneswar
Thursday, February 12, 2026
Homeଓଡିଶାଟାଟା ପାୱାର ଆଦାୟ କଲାଣି ୧୭୮୦ କୋଟି ଟଙ୍କାର ବକେୟା

ଟାଟା ପାୱାର ଆଦାୟ କଲାଣି ୧୭୮୦ କୋଟି ଟଙ୍କାର ବକେୟା

ଭୁବନେଶ୍ୱର: ଟାଟା ପାୱାର ଓଡିଶାରେ ବିଦ୍ୟୁତ୍‍ ବିତରଣ ଦାୟିତ୍ୱ ନେବା ପରଠାରୁ ବିଦ୍ୟୁତ୍‍ ବିତରଣ ଗ୍ରାହକଙ୍କ ଉପରେ ଥିବା ବକେୟା ବାବଦରେ ୧୭୮୦କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କଲାଣି । ବକେୟା ଆଦାୟ କ୍ଷେତ୍ରରେ ଟିପିଏନଓଡିଏଲ ସବୁଠାରୁ ଆଗରେ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଥିବା ୮୪୩୭ କୋଟିର ବକେୟା ମଧ୍ୟରୁ ୪ଟି ବିତରଣ କମ୍ପାନୀ ମୋଟ୍‍ ୧୭୮୦ କୋଟି ୨୪ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ଟିପିଏନଓଡିଏଲ୍‍ ସର୍ବାଧିକ ୬୫୩କୋଟି ୩୨ଲକ୍ଷ ଟଙ୍କା ଆଦାୟ କରିଥିବାବେଳେ, ଟିପିସିଓଡିଏଲ୍‍ ୪୩୯କୋଟି ଟଙ୍କା, ଟିପିଡବ୍ଲୁଓଡିଏଲ୍‍ ୪୧୬କୋଟି ୧୩ଲକ୍ଷ ଏବଂ ଟିପିଏସଓଡିଏଲ୍‍ ୨୭୧ କୋଟି ୭୯ଲକ୍ଷ ଆଦାୟ କରିଛି। ବିତରଣ କମ୍ପାନୀଗୁଡିକ ଆଦାୟ କରିଥିବା ବକେୟା ଅର୍ଥରୁ ଗ୍ରିଡ୍‍କୋକୁ ୧୪୭୭କୋଯି ୬୭ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏ କ୍ଷେତ୍ରରେ ଟିପିଏନଓଡିଏଲ୍‍ ସବୁଠାରୁ ଆଗରେ ରହିଛି । ତେବେ ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ଯେ ଟିପିଡବ୍ଲୁଓଡିଏଲ୍‍ ର ଉପଭୋକ୍ତାଙ୍କ ଉପରେ ସର୍ବାଧିକ ୪୦୧୧ କୋଟି ଟଙ୍କାର ବକେୟା ରହିଥିବାବେଳେ ଟିପିସିଓଡିଏଲ୍‍ ଉପଭୋକ୍ତାଙ୍କ ଉପରେ ୨୦୪୭କୋଟିରୁ ବକେୟା ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking