26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶ୨୦୨୩ ଏପ୍ରିଲ-ସେପ୍ଟେମ୍ବର ପାଇଁ ଲକ୍ଷ୍ୟଧାର୍ଯ୍ୟ; ସରକାର ଋଣ କରିବେ ୮.୮୮ ଲକ୍ଷ କୋଟି

୨୦୨୩ ଏପ୍ରିଲ-ସେପ୍ଟେମ୍ବର ପାଇଁ ଲକ୍ଷ୍ୟଧାର୍ଯ୍ୟ; ସରକାର ଋଣ କରିବେ ୮.୮୮ ଲକ୍ଷ କୋଟି

ନୂଆଦିଲ୍ଲୀ : ୨୦୨୩-୨୪ ଆର୍ôଥକବର୍ଷର ପ୍ରଥମ ୬ ମାସ ଅର୍ଥାତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ କେନ୍ଦ୍ର ସରକାର ମାର୍କେଟରୁ ୮.୮୮ ଲକ୍ଷ କୋଟି ଟଙ୍କାର ଋଣ କରିବେ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ଆର୍ôଥକବର୍ଷରେ ସରକାର ମୋଟ ୧୫.୪୩ ଲକ୍ଷ କୋଟି ଟଙ୍କାର ଋଣ ଉଠାଇବେ ବୋଲି ବଜେଟ୍‌ରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଅର୍ଥନୀତିକୁ ଆଗେଇ ନେବା ଦିଗରେ ଉପୁଜିଥିବା ରାଜସ୍ୱ ବ୍ୟବଧାନକୁ ସଙ୍କୁଚିତ କରିବା ଉଦ୍ଦେଶ୍ୟରେ ସରକାର ମାର୍କେଟରୁ ଋଣ ଉଠାଇଥାନ୍ତି ।

୨୬ଟି ସାପ୍ତାହିକ କିସ୍ତିରେ (ପ୍ରତ୍ୟେକ କିସ୍ତି ୩୧,୦୦୦-୩୯,୦୦୦ କୋଟି) ୮.୮୮ ଲକ୍ଷ କୋଟି ଟଙ୍କାର ଋଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ଋଣ ଅର୍ଥକୁ ୩,୫,୭,୧୦,୧୪,୩୦ କିମ୍ବା ୪୦ ବର୍ଷ ମଧ୍ୟରେ ପରିଶୋଧ କରାଯିବ ବୋଲି ବ୍ୟବସ୍ଥା କରାଯାଉଛି । ଆଗାମୀ ଆର୍ôଥକବର୍ଷ (୨୦୨୩-୨୪)ରେ ଆର୍ôଥକ ନିଅଣ୍ଟ ଅର୍ଥାତ୍ ବ୍ୟୟ ଓ ରାଜସ୍ୱ ମଧ୍ୟରେ ଥିବା ବ୍ୟବଧାନକୁ ଜିଡିପିର ୫.୯ ପ୍ରତିଶତକୁ ହ୍ରାସ କରିବାକୁ କେନ୍ଦ୍ର ବଜେଟ୍‌ରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଚଳିତ ଆର୍ôଥକବର୍ଷରେ ଏହା ୬.୪ ପ୍ରତିଶତ ରହିଛି । ୩ ବର୍ଷିଆ ସ୍କିମ୍‌ରେ ମୋଟ ଋଣ ପରିମାଣର ୬.୩୧ ପ୍ରତିଶତ, ୫ ବର୍ଷର୍ିଆ ସ୍କିମ୍‌ରେ ୧୧.୭୧ ପ୍ରତିଶତ, ୭ ବର୍ଷର୍ିଆ ସ୍କିମ୍‌ରେ ୧୦.୨୫ ପ୍ରତିଶତ, ୧୦ ବର୍ଷିଆ ସ୍କିମ୍‌ରେ୨୦.୫୦ ପ୍ରତିଶତ, ୧୪ ବର୍ଷିଆ ସ୍କିମ୍‌ରେ ୧୭.୫୭ ପ୍ରତିଶତ, ୩୦ବର୍ଷିଆ ସ୍କିମ୍‌ରେ ୧୬.୧୦ ପ୍ରତିଶତ ଏବଂ ୪୦ବର୍ଷିଆ ସ୍କିମ୍‌ରେ ୧୭.୫୭ ପ୍ରତିଶତ ଅର୍ଥ ମାର୍କେଟରୁ ଉଠାଯିବ ବୋଲି କୁହାଯାଇଛି । ୨୦୨୩-୨୪ ଆର୍ôଥକବର୍ଷର ଦ୍ୱିତୀୟାର୍ଦ୍ଧରେ ସୋଭେରନ୍ ଗ୍ରୀନ୍ ବଣ୍ଡ୍ ଇସ୍ୟୁ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking