ଭୁବନେଶ୍ୱର : ଆଳୁ ଦର ବୃଦ୍ଧି ପ୍ରସଙ୍ଗରେ ପୁଣି ପୂର୍ବ ସରକାରକୁ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି ୨୪ ବର୍ଷ ଧରି ବିଜେଡି କିଛି କଲା ନାହିଁ । ବିଜେଡି ନକରିବାର ଏହା ଫଳ । ଆଳୁ, ପିଆଜ , ପଣସ ମିଶନ ଫେଲ ହୋଇଛି । ଏହା ସହିତ ବିଜେଡିକତୁ ମଧ୍ୟ ଫେଲ କରିଦେଲେ ଲୋକେ । ୨୪ ବର୍ଷରେ ଫେଲ ହୋଇ ଘରେ ବସିଛନ୍ତି । ବିଜେଡି ଏବେ ବି ଭାବୁଛି କରିସ୍ମା ହୋଇଯିବ । ବିଜେଡି ଆଉ ୨୫ ବର୍ଷ ସରକାରକୁ ଆସିବ ନାହିଁ ।