32.1 C
Bhubaneswar
Saturday, October 19, 2024
Homeଓଡିଶାତାଞ୍ଜାନିଆ ରିଲ୍ସ ଯୋଡ଼ିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଗାଉଥିବା ଭିଡ଼ିଓ ଭାଇରଲ

ତାଞ୍ଜାନିଆ ରିଲ୍ସ ଯୋଡ଼ିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଗାଉଥିବା ଭିଡ଼ିଓ ଭାଇରଲ

ଭୁବନେଶ୍ବର: ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ତାଞ୍ଜାନିଆର କିଲି ପଲ୍ ଓ ତାଙ୍କ ଭଉଣୀ ନୀମା ପଲ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ବଲିଉଡ୍‌ ଗୀତରେ ରିଲ୍ସ ତିଆରି କରି ସୋସିଆଲ୍‌ ମିଡିଆରେ ଛାଇ ଯାଇଥିଲେ। ବିଦେଶ ଓ ଦେଶରେ ବେଶ୍‌ ପ୍ରସଂଶା ସାଉଁଟିଥିଲେ। ଏବେ ଉତ୍କଳ ଦିବସରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇ ଓଡ଼ିଶାବାସୀଙ୍କ ପ୍ରିୟ ଭାଜନ ହୋଇଛନ୍ତି। ସାମାଜିକ ଗଣମାଧ୍ୟମର ଏହା ଭାଇରାଲ ହେବାରେ ଲାଗିଛି। ଲାଇକ୍‌ ଓ ସେୟାର ସଂଖ୍ୟା ଦୁଇ ଦିନରେ ମିଲିୟନ ଅତିକ୍ରମ କରିଛି।

୩୦ ସେକେଣ୍ଡର ଏ ରିଲ୍ସରେ ଅଧିକ କମେଣ୍ଟ ଓଡ଼ିଶାରୁ ଆସିଛି। ଉତ୍କଳ ଦିବସରେ ବିଦେଶୀ ଯୋଡ଼ିଙ୍କ ରାଜ୍ୟ ସଂଗୀତ ଗାନ ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଥିବା ଅନେକେ କମେଣ୍ଟ ଦେଇଛନ୍ତି। ପୂର୍ବରୁ ‘ଭଲ ପାଉଚି ତତେ ମୁଁ ଶହେରୁ ଶହେ’ ଓଡ଼ିଆ ଆଧୁନିକ ଗୀତରେ ରିଲ୍ସ କରି ଉଭୟ ଭାଇ ଭଉଣୀ ଓଡ଼ିଆଙ୍କ ମନ ଜିଣିଥିଲେ।

ରାଜ୍ୟ ସଙ୍ଗୀତ ଭାଇରାଲ ହେବା ପରେ ଏହି ରିଲ୍ସକୁ ଟ୍ବିଟ୍‌ କରି ତାଞ୍ଜାନିଆରେ ଥିବା ଭାରତର ରାଷ୍ଟ୍ରଦୂତ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ପ୍ରଶଂସା କରିଛନ୍ତି। ଉତ୍କଳ ଦିବସ ପରିପ୍ରେକ୍ଷୀରେ ବନ୍ଦେ ଉତ୍କଳ ଜନନୀ ଗୀତକୁ ରିଲ୍ସ ମାଧ୍ୟମରେ ପୋଷ୍ଟ କରି ଓଡ଼ିଶାର ସମ୍ମାନକୁ ବିଶ୍ୱ ଦରବାରରେ ବଢ଼ାଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏହି ଭାଇ ଭଉଣୀ ଉଭୟଙ୍କୁ ଭାରତୀୟ ଦୂତାବାସକୁ ଡାକି ଆଲୋଚନା କରିବା ସହ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking