19.1 C
Bhubaneswar
Friday, December 27, 2024
Homeଓଡିଶାଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ,ଆଉ ତା’ ପରେ...

ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ,ଆଉ ତା’ ପରେ…

ବଲାଙ୍ଗୀର: ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଯୁବତୀଙ୍କ ବାରମ୍ବାର ଦେହ ଭଲ ନ ହେବାରୁ ପରିବାର ଲୋକେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ । ତାନ୍ତ୍ରିକ ଜଣକ ଭଲ କରିଦେବାକୁ କହି ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚିରେ ଆଘାତ କରିଥିଲେ । ଫଳରେ ଯୁବତୀ ଜଣକ ଗୁରୁତର ହୋଇଥିଲେ । ସିନ୍ଧେକେଲା ଥାନା ଅନ୍ତର୍ଗତ ଇଚଗାଁର ବିଷ୍ଣୁ ବେହେରାଙ୍କ ଝିଅ ରେସ୍ମା ବେହେରା (୧୯) ଗୁଣିଗାରେଡ଼ି ଚିକିତ୍ସା କରି ଅଡୁଆରେ ପଡ଼ିଛନ୍ତି । ଗତ ୨୦୨୦ ମସିହାରେ ରେସ୍ମାଙ୍କ ମା ରେବତୀଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସେହିଦିନଠୁ ଅନେକ ସମୟରେ ଯୁବତୀ ଜଣକ ଚମକି ପଡୁଥିଲେ ।

କଣ୍ଟାବାଞ୍ଜି ଡାକ୍ତରଙ୍କୁ ଦେଖାଇଲା ପରେ ମଧ୍ୟ ସେ ଭଲ ନ ହେବାରୁ କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ତାନ୍ତ୍ରିକ ତେଜରାଜ ରଣା ପାଖକୁ ଯାଇଥିଲେ ରେସ୍ମାଙ୍କ ପରିବାର ଲୋକେ । ଏକ ବନ୍ଦ କୋଠରି ଭିତରେ ତେଜରାଜ, ତାଙ୍କ ସ୍ତ୍ରୀ ଓ ଖଗେଶ୍ୱର ରଣା ଏହି ତିନି ଜଣ ମିଶି ରେସ୍ମାଙ୍କ ମୁଣ୍ଡରେ ଛୁଞ୍ଚିରେ ଅନେକ ଥର ଆଘାତ କରିଥିଲେ । ୪ ବର୍ଷ ପରେ ରେସ୍ମାଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବାରୁ ବୁଧବାର ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲରେ ରେସ୍ମାଙ୍କୁ ଭର୍ତ୍ତି କରିଥିଲେ । ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକେ ବୁଧବାର ୪ଟାରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କଲା ପରେ ରାତି ୯ଟାରେ ଜାମୁଟଝୁଲା ଗାଁର ତାନ୍ତ୍ରିକ ତେଜରାଜ ରଣାଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking