29.1 C
Bhubaneswar
Saturday, October 5, 2024
Homeଅପରାଧତଣ୍ଟି ଚିପି ହତ୍ୟା ଘଟଣା: ଅଭିଯୁକ୍ତକୁ ୨ ବର୍ଷ କାରାଦଣ୍ଡ

ତଣ୍ଟି ଚିପି ହତ୍ୟା ଘଟଣା: ଅଭିଯୁକ୍ତକୁ ୨ ବର୍ଷ କାରାଦଣ୍ଡ

ବାରିପଦା : ତଣ୍ଟି ଚିପି ଠେଲି ଦେବା ଯୋଗୁଁ ମୃତ୍ୟୁ ଘଟଣାରେ ବାରିପଦାର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ବିଚାର କରି ଚାନ୍ଦୁଆ ଥାନା କୋଠାବିଲା(ବଡତଳିଆ) ଗ୍ରାମର ଅଭିଯୁକ୍ତ ସାଲଖୁ ମୁର୍ମୁ(୩୭) ଙ୍କୁ ଦୋଷୀ ସାବ୍ୟସ୍ତ ସହିତ ଆଜି ଦଣ୍ଡାଦେଶ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ଅଭିଯୁକ୍ତକୁ ଭାରତୀୟ ପିଙ୍ଗଳ କୋର୍ଡର ୩୦୪(କ) ଦଫାରେ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ତିନି ହଜାର ପାଞ୍ଚ ଶହ ଟଙ୍କା ଜୋରିମାନା ରାୟ ଦିଆଯାଇଛି । ବିଚାରପତିଙ୍କ ରାୟ ଅନୁଯାୟୀ ଆସାମୀକୁ ଅନାଦେୟ ଅତିରିକ୍ତ ୩ ମାସ ଏବଂ ୩୨୩ ଦଫାରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକ୍ତ ଏକ ମାସ ଭୋଗିବାକୁ ନିର୍ଦ୍ଦେଶ ରହିଛି । ଆଦାୟ ଜୋରିମାନା ଅର୍ଥରୁ ଚାରି ହଜାର ଟଙ୍କା ମୃତକଙ୍କ ବିଧବା ପତ୍ନୀଙ୍କୁ କ୍ଷତିପୂରଣ ଭାବେ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ସମସ୍ତ ଦଣ୍ଡକୁ ଏକ ସଙ୍ଗରେ ଭୋଗିବାକୁ ନିର୍ଦ୍ଦେଶ ରହିଥିବା ଏବଂ ବିଚାରାଧୀନ କଏଦୀଭାବେ ରହିଥିବା ଅବଧିକୁ ହ୍ରାସ କରାଯିବା ନେଇ ଉଲ୍ଲେଖ ଥିବା ପ୍ରକାଶ ।

ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରୁଥିଲେ । ପ୍ରକାଶ ଯେ ବିଶ୍ୱନାଥ ମୁର୍ମୁଙ୍କ ଅଭିଯୋଗକ୍ରମେ ଚାନ୍ଦୁଆ ୨୦୨୦ ନଭେମ୍ବର ୧୨ ତାରିଖରେ ଏକ ମାମଲା ୩୦୨ ଦଫାରେ ରୁଜୁ ହୋଇଥିଲା । ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ସାଲଖୁ ମୁର୍ମୁ ସେହି ଅପରାହ୍ନରେ ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତାଙ୍କ ପିତା ଗୋବିନ୍ଦ ମୁର୍ମୁଙ୍କ ସହିତ ଝଗଡା କରି ତଣ୍ଟି ଚିପିବା ସହିତ ଠେଲି ଦେବାରୁ ଅଚେତ ହୋଇ ତଳେ ପଡିଯାଇଥିଲେ । ଅଚେତ ଅବସ୍ଥାରେ ତାଙ୍କ ପିତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ରିକ୍ସାରେ ବାରିପଦା ଡାକ୍ତରଖାନାକୁ ନେବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ବାରିପଦା ଜେଲ ହାଜତରେ ସେହିଦିନଠାରୁ ସେ ବିଚାରାଧୀନ କଏଦୀ ଭାବେ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking