31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶକାବୁଲ ବୋମା ବିସ୍ପୋରଣରେ ୫ ନାଗରିକ ମୃତ

କାବୁଲ ବୋମା ବିସ୍ପୋରଣରେ ୫ ନାଗରିକ ମୃତ

କାବୁଲ : କାବୁଲର ଏକ ମସଜିଦ୍‌ରେ ବୋମା ବିସ୍ପୋରଣ । ଗତକାଲିର ଏହି ବିସ୍ପୋରଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ତାଲିବାନ୍‌ ଗୃହ ମନ୍ତ୍ରାଳୟ ମୁଖପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ବିସ୍ପୋରଣଟି ମସଜିଦ୍‌ ସ୍ଥିତ ରାସ୍ତା କଡରେ ହୋଇଛି । ହେଲେ ମସଜିଦ୍‌ ପ୍ରବେଶ ଦ୍ୱାରରେ ଥିବା ଲୋକମାନେ ଆହତ ହୋଇଛନ୍ତି । ଉକ୍ତ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କାବୁଲର ଇଡଗା ​​ମସଜିଦକୁ ଟାର୍ଗେଟ ଏହି ବିସ୍ଫୋରଣ କରାଯାଇଥିବାର ଜଣାପଡିଛି । ​​ଯେଉଁଠାରେ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍‌ଙ୍କ ମା’ଙ୍କ ସ୍ମୃତିରେ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ଏହି ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ମୁଜାହିଦ୍ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ତାଲିବାନ ମୁଖପାତ୍ର ବିଲାଲ କାରୀବି ‘ଆସୋସିଏଟେଡ୍ ପ୍ରେସ୍‌କୁ’ କହିଛନ୍ତି, ଏହି ଆକ୍ରମଣରେ ତାଲିବାନ ଯୁବକଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । ହେଲେ ଆକ୍ରମଣରେ ମସ୍‌ଜିଦ୍‌ର ବାହାରେ ଠିଆ ହୋଇଥିବା ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । କାବୁଲର ଏକ ଇଟାଲୀ ଅନୁଦାନ ପ୍ରାପ୍ତ ଡାକ୍ତରଖାନା ଟ୍ୱିଟ୍ କରି କହିଛି, ବିସ୍ଫୋରଣରେ ଆହତ ହୋଇଥିବା ଚାରି ଜଣଙ୍କୁ ତାଙ୍କ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମସଜିଦ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ସହ ସେଠାରେ ବହୁ ସଂଖ୍ୟାରେ ତାଲିବାନୀ ଯୁବକ ଉପସ୍ଥିତ ଥିଲେ। ପରେ ଏହି ଅଞ୍ଚଳରୁ କର୍ଫ୍ୟୁକୁ ହଟାଇଦିଆଯାଇଥିଲା ।

ଏହି ବିସ୍ଫୋରଣଟି ମସଜିଦ୍‌ରେ ପ୍ରବେଶ ଦ୍ୱାରରେ ହୋଇଥିବାରୁ ମସଜିଦ୍‌ରେ ସାମାନ୍ୟ କ୍ଷତି ହୋଇଛି । ତାଲିବାନର ଆଫଗାନିସ୍ତାନ ଦଖଲ ପରେ କାବୁଲ ଉପରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ଗୋଷ୍ଠୀଙ୍କ ଦ୍ୱାରା ଆକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟିଛି । ବର୍ତ୍ତମାନ ଘଟଣାକୁ ଦୃଷ୍ଟିରେ ରଖିଲେ ଏହି ପରିସ୍ଥିତିରେ ଦୁଇ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟରେ ବିବାଦର ଆହୁରି ବଢିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking