18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସୀମା ଟପିଲା ବର୍ବରତା : ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଲେ ତାଲିବାନୀ

ସୀମା ଟପିଲା ବର୍ବରତା : ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଲେ ତାଲିବାନୀ

କାବୁଲ : ସରକାର ଗଠନ ପରେ ବର୍ବରତା ସୀମା ଟପିଲା । ଆଫଗାନିସ୍ତାନରେ ଆରମ୍ଭ ହୋଇଗଲା ତାଲିବାନୀ ଶାସନ । କେତେବେଳେ ମହିଳା ପୋଲିସଙ୍କୁ ଜୀବନରୁ ମାରିଦେଲେଣି ତ ଆଉ କେତେବେଳେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇଲେଣି । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ସାଧାରଣ ଲୋକେ ଚିନ୍ତାରେ ଅଛନ୍ତି । ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାମାନେ ନିର୍ଭୟରେ ଏହି ପ୍ରଦର୍ଶନକୁ ଆଗେଇ ନେଉଛନ୍ତି । ଆଉ ଏହି କାରଣରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳା, ସାଧାରଣ ଜନତା ଏବଂ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛି ତାଲିବାନ ସରକାର । ତାଲିବାନ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା ହେବା ପରେ ମହିଳାମାନେ କାବୁଲର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି ଏବଂ ସରକାରରେ ପଦବୀ ଦାବି କରିଛନ୍ତି । ଯଦିଓ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିଲା ତଥାପି ଏହା ତାଲିବାନ୍ ଶାସନକୁ ଥରାଇ ଦେଇଛି । ଏହାର ଜବାବରେ ତାଲିବାନୀ ସୈନ୍ୟ ମହିଳାଙ୍କୁ ମାଡ ମାରିବା ସହ ସେଠାରେ ଉପସ୍ଥିତ ସାମ୍ବାଦିକଙ୍କୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ।

ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି ।  ତାଲିବାନ ସୈନ୍ୟମାନେ ମହିଳାଙ୍କୁ ମଧ୍ୟ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହାସହ ତାଲିବାନୀ ସୈନ୍ୟ ମହିଳା ଏବଂ ସାମ୍ବାଦିକମାନଙ୍କୁ ବ୍ୟାଟରେ ପ୍ରବଳ ପିଟୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଅନେକ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କୁ ଜେଲରେ ଅକଥନୀୟ ଅତ୍ୟାଚାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking