25.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶତହବୁର ରାଣାର ଆବେଦନ ଆମେରିକା ସୁପ୍ରିମକୋର୍ଟରେ ଖାରଜ

ତହବୁର ରାଣାର ଆବେଦନ ଆମେରିକା ସୁପ୍ରିମକୋର୍ଟରେ ଖାରଜ

ୱାଶିଂଟନ: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ରାଣା ପକ୍ଷରୁ କରାଯାଇଥିବା ଆବେଦନକୁ ଶୁକ୍ରବାର ଶୁଣାଣିରେ ଖାରଜ କରିଦେଇଛନ୍ତି। ପ୍ରକାଶ ରାଣା ଭାରତକୁ ତା’ର ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ରୋକିବା ପରିପ୍ରେକ୍ଷୀରେ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ରାଣା ନିଜ ଆବେଦନରେ ଦର୍ଶାଇଥିଲା ଯେ, ଭାରତକୁ ପ୍ରତ୍ୟର୍ପଣ ହେବା ଦ୍ୱାରା ତା’ ଜୀବନ ପ୍ରତି ବିପଦ ରହିଛି। ଏଠାରେ ତାକୁ ଅସହ୍ୟନୀୟ ନିର୍ଯ୍ୟାତନା ଦିଆଯିବ, ଯେଉଁଥିରେ ସେ ଖୁବଶୀଘ୍ର ମରିଯିବ ବୋଲି ଭଲଭାବେ ଜାଣିଛି। ବିଶେଷକରି ସେ ଜଣେ ପାକିସ୍ତାନୀ ମୁସଲମାନ ହୋଇଥିବାରୁ ତାକୁ କଠୋର ନିର୍ଯାତନା ଦିଆଯିବାର ସମ୍ଭାବନା ଅଛି। ତେଣୁ, ତା’ର ପ୍ରତ୍ୟର୍ପଣ ତୁରନ୍ତ ବନ୍ଦ କରାଯିବା ଉଚିତ୍ ବା ଏହା ଉପରେ ଜରୁରିକାଳୀନ ସ୍ଥଗିତାଦେଶ ଲଗାଯିବା ଉଚିତ୍ ବୋଲି ସେ ଅନୁରୋଧ କରିଥିଲା। ଯଦି ତା’ର ପ୍ରତ୍ୟର୍ପଣକୁ ବନ୍ଦ କରା ନ ଯାଏ, ତେବେ ଭାରତରେ ତା’ ବିରୋଧରେ ରହିଥିବା ମାମଲାର ପୁନଃବିଚାର ତ ହେବନି, କିନ୍ତୁ ଯଥାଶୀଘ୍ର ଫାଶୀ ଦେଇଦିଆଯିବ ସେ ଯୁକ୍ତି ବାଢ଼ିଥିଲା। ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇଥିବାବେଳେ ରାଣାଙ୍କୁ ଖୁବ୍‌ଶୀଘ୍ର ଭାରତ ପ୍ରତ୍ୟର୍ପଣ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଥିଲେ।

ତହବୁର ରାଣା ପ୍ରାୟ ୧୦ ବର୍ଷ ଧରି ପାକିସ୍ତାନୀ ସେନାରେ ଡାକ୍ତର ଭାବରେ କାମ କରିଥିଲା, କିନ୍ତୁ ପରେ ସେ ଚାକିରି ଛାଡି ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲା। କୋର୍ଟରେ ଉପସ୍ଥାପିତ ଦଲିଲ ଅନୁଯାୟୀ, ସେ ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନରେ ମୁମ୍ବାଇ ଆକ୍ରମଣର ଅନ୍ୟ ଏକ ଷଡ଼ଯନ୍ତ୍ରକାରୀ ଡେଭିଡ ହେଡଲି ସମେତ ଅନେକ ଆତଙ୍କବାଦୀ ଗୋଷ୍ଠୀ ସହିତ ସମ୍ପର୍କରେ ଥିଲା। ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ହରକତ-ଉଲ-ଜିହାଦ-ଏ ଇସଲାମିକୁ ମୁମ୍ବାଇ ଆକ୍ରମଣରେ ସାହାଯ୍ୟ କରିବା ସହ ସମଗ୍ର ଯୋଜନାର ଏକ ଅଂଶ ମଧ୍ୟ ଥିଲା। ୨୦୦୮ ନଭେମ୍ବର ୨୬ରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ମୁମ୍ବାଇରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୭୪ ଜଣଙ୍କ ଜୀବନ ଯିବା ସହ ଅନେକେ ଆହତ ହୋଇଥିଲେ। ପାକିସ୍ତାନୀ ବଂଶୋଦ୍ଭବ କାନାଡୀୟ ନାଗରିକ ରାଣା ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ନେଇ ଭାରତରେ ଅଭିଯୁକ୍ତ ହୋଇଥିଲା। ୨୬/୧୧ ଆକ୍ରମଣ ପାଇଁ ରାଣା ତାଙ୍କ ସହଯୋଗୀ ଲଶ୍କର ସଂଗଠନ ସହ ସମ୍ପୃକ୍ତ ଆମେରିକୀୟ ଡାଭିଡ କଲେମାନ୍ ହେଡ୍‌ଲିଙ୍କୁ ସହାୟତା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking