ମୁମ୍ବାଇ : ମେ ୩୧ରେ ଗାୟକ କେକେ ଦୁନିଆକୁ ବିଦାୟ ଦେଇଥିଲେ। କେକେଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଏକାକୀ ରହିଯାଇଥିଲେ। କେକେଙ୍କ ଝିଅ ତମାରା ବର୍ତ୍ତମାନ ପ୍ରଥମ ଥର ପାଇଁ ଲାଇଭ୍ କନସର୍ଟ କରିଛନ୍ତି ଏବଂ ଏହି ସମୟରେ ସେ ତାଙ୍କ ବାପାଙ୍କୁ ମନେ ପକାଇଛନ୍ତି। ତମାରାଙ୍କର ପ୍ରଥମ ଶୋ’ ଗାୟକ ଶାନଙ୍କ ସହ ଥିଲା, ଯିଏକି କେକେଙ୍କର ଜଣେ ଭଲ ବନ୍ଧୁ ଥିଲେ। ତମାରା ଏକ ସୋସିଆଲ ମିଡିଆ ପୋଷ୍ଟ କରି କେକେଙ୍କୁ ମନେ ପକାଇଛନ୍ତି। ତମାରା ସୋସିଆଲ ମିଡିଆରେ ତାଙ୍କ ଲାଇଭ୍ କନ୍ସର୍ଟରୁ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଶାନଙ୍କ ସହ ନଜର ଆସିଛନ୍ତି। ଏଥି ସହିତ, ସେ କ୍ୟାପସନ୍ ଲେଖିଛନ୍ତି , ‘ଫାର୍ଷ୍ଟ ଗିଗ୍, ଏହା ଏକ ବଡ଼ ଅନୁଭୂତି ଥିଲା। ଏକାଠି ହୋଇଥିବାରୁ ସମସ୍ତ ମହାନ କଳାକାରଙ୍କୁ ଧନ୍ୟବାଦ ଏବଂ ଶାନ ଅଙ୍କଲଙ୍କୁ ବିଶେଷ ଧନ୍ୟବାଦ। ପାପା ନିଶ୍ଚୟ କୌଣସି ସ୍ଥାନରେ ହସୁଥିବେ। କ’ଣ ଘଟୁଛି ବିଶ୍ୱାସ କରିପାରୁ ନାହିଁ ଏବଂ ପାପା ଏଠାରେ ଥାଆନ୍ତି କି।