23.1 C
Bhubaneswar
Sunday, February 15, 2026
Homeଖେଳଟି-୨୦ ବିଶ୍ୱକପ୍‌: ପାକିସ୍ତାନ ଚିତ୍‌ପଟାଙ୍ଗ୍‌; ୬୧ ରନ୍‌ରେ ଭାରତ ବିଜୟୀ

ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ଚିତ୍‌ପଟାଙ୍ଗ୍‌; ୬୧ ରନ୍‌ରେ ଭାରତ ବିଜୟୀ

କଲମ୍ବୋ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ଟି୨୦ ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ପାକିସ୍ତାନକୁ ଭାରତ ଚତ୍‌ପଟାଙ୍ଗ୍ କରିଛି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମଦାସ ଷ୍ଟାଡିୟମରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ବାହିନୀ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଶସଂନୀୟ ପ୍ରଦର୍ଶନ କରିଛନ୍ତି। ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ହୋଇଥିଲା। ପାକିସ୍ତାନ ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୪ ରନ୍ କରିବା ସହିତ ୬୧ ରନ୍‌ରେ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ଟସ୍ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା। ସ୍ପିନ୍ ପିଚରେ ଓପନର ଇସାନ କିସାନଙ୍କ ବିସ୍ଫୋରକ ଇନିସ୍। ୪୦ ବଲରୁ ୧୦ ଚୌକା ୬ ଛକା ସହ ୭୭ ରନର ବିସ୍ଫୋରକ ବ୍ୟାଟିଂ କରି ଭାରତର ମୂଳଦୂଆକୁ ମଜଭୁତ କରିଥିଲେ ଇସାନ। ସୂର୍ୟ୍ୟକୁମାର ଯାଦବ ୩୨,  ଶିବମ ଦୁବେ ୨୭ ରନ କରିବାରେ ସମର୍ଥ ହୋଇଥିଲେ । କଲୋମ୍ୱୋରେ ଚାଲିଛି ଟି-୨୦ ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ୍। ପୂର୍ବଥର ଭଳି ଏହି ମ୍ୟାଚରେ ଟସ୍ ପରେ ଉଭୟ କ୍ୟାପଟେନ୍ ହାତ ମିଳାଇନଥିଲେ। ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା। ଯେ ଉଭୟ ଟିମର କ୍ୟାପଟେନ୍ ଟସ୍ ପରେ ଏବଂ ମ୍ୟାଚର ଫଳାଫଳ ପରେ କି ପ୍ରକାର ଆଭିମୁଖ୍ୟ ରଖିବେ। ଆଜିର ଏହି ମ୍ୟାଚର ଫଳାଫଳରୁ ସ୍ପଷ୍ଟ ହେବ ଗ୍ରୁପ୍ ଏର ଟପ୍ପର କିଏ। ଭାରତ ପ୍ଲେଇଂ ଇଲେଭେନରେ ଛୋଟ ଅଦଳବଦଳ କରାଯାଇଛି। କୁଲଦୀପ ଯାଦବ ଏବଂ ଅଭିଷେକ ଶର୍ମା ଦଳକୁ ଫେରିଛନ୍ତି। ଅର୍ଶଦୀପ ଏବଂ ସଞ୍ଜୁ ବାଦ୍ ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking