25.1 C
Bhubaneswar
Saturday, February 7, 2026
Homeଖେଳଟି-୨୦ ବିଶ୍ୱକପ ଫାଇନାଲ ଫାଇଟ୍‌: ଭାରତ-ଦକ୍ଷିଣ ଆଫ୍ରିକାମ ମହାମୁକାବିଲା

ଟି-୨୦ ବିଶ୍ୱକପ ଫାଇନାଲ ଫାଇଟ୍‌: ଭାରତ-ଦକ୍ଷିଣ ଆଫ୍ରିକାମ ମହାମୁକାବିଲା

ନୂଆଦିଲ୍ଲୀ : ଆଜି ଟି-୨୦ ବିଶ୍ୱକପର ଫାଇନାଲ ଫାଇଟ୍‌। ହେବ ଟ୍ରଫି ପାଇଁ ଟକ୍କର। ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟାଇଟଲ ଲଢେଇ। ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍। ରାତି ୮ଟାରେ ବାରବାଡୋସରେ ହେବ ବିଗ୍‌ ଫାଇଟ୍‌। ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ସୁପର-୮ରେ ଅଷ୍ଟ୍ରେଲିଆ, ସେମିରେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ରୟାଲ ଏଣ୍ଟ୍ରି କରିଛି ଟିମ୍‌ ଇଣ୍ଡିଆ। ବାର୍ବଡସରେ ହେବାକୁ ଥିବା ମ୍ୟାଚରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ବର୍ଷା ଯୋଗୁ ଆଜିର ମ୍ୟାଚ୍ ନହୁଏ, ତା’ହେଲେ ଆଇସିସି ଏଥିପାଇଁ ରବିବାର ସଂରକ୍ଷିତ ଦିବସ ରଖିଛି। ଫାଇନାଲ ମ୍ୟାଚ୍‌କୁ ସାରିବା ପାଇଁ ଦୁଇ ଦିନର ସମୟ ଧାର୍ୟ୍ୟ କରାଯାଇଛି। ତଥାପି ଯଦି ମ୍ୟାଚ୍ ଅନୁଷ୍ଠିତ ହୋଇ ନ ପାରିବ, ତା’ହେଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଟି-୨୦ ବିଶ୍ୱକପ ବିଜେତା ଘୋଷଣା କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking