ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂକେତ ପ୍ରକାଶ ପାଇଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ସଂକେତ ଜାରି ହୋଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଚିଠି ଲେଖିଛନ୍ତି । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଏହି ସଂକେତ ଜାରି ହୋଇଛି । ତେବେ ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ସଂକେତ ଜାରି ହୋଇଛି । ଏହା ସହିତ ସମିତି ସଭ୍ୟଙ୍କ ପାଇଁ ୧୯ଟି ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ ପ୍ରକାର ସଂକେତ ଜାରି ହୋଇଛି ।
ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ସଂକେତ ଜାରି ହୋଇଛି । ଏହି ସଂକେତ ଭିତରେ ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଖୋଲା ବହି, ମାଛ, ସୂର୍ଯ୍ୟ, ଲଙ୍ଗଳ, କେଟଲି ତଥା ଟୁଲ୍, ବସ ଭଳି ଅନେକ ପ୍ରକାରର ସଂକେତ ଜାରି କରାଯାଇଛି ।
ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏ ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନ । ବାଳଟ ପେପର ସରକାରୀ ପ୍ରେସ୍ରେ ଛପା ଚାଲିଛି । ଆଲଫାବେଟିକାଲ୍ ଅର୍ଡରରେ ପ୍ରାର୍ଥୀଙ୍କୁ ସିମ୍ବଲ ଦିଆଯିବ । ଅନ୍ୟରାଜ୍ୟରୁ ଆବଶ୍ୟକୀୟ ବାଲଟ ବକ୍ସ ଆସି ସାରିଲାଣି । ଭୋଟର ତାଲିକା ପ୍ରସ୍ତୁତି ଶେଷ ହୋଇ ପ୍ରକାଶ ପାଇ ସାରିଛି । କୋଭିଡ୍ ପାଇଁ ପରିସ୍ଥିତିକୁ ଦେଖି ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯିବ ।