28.1 C
Bhubaneswar
Friday, November 22, 2024
Homeଓଡିଶାସାଇବର୍ ଠକେଇ ମାମଲାରେ ସଂପୃକ୍ତ ଅଛନ୍ତି ଦୁଇ ଓଡ଼ିଆ ଯୁବକ

ସାଇବର୍ ଠକେଇ ମାମଲାରେ ସଂପୃକ୍ତ ଅଛନ୍ତି ଦୁଇ ଓଡ଼ିଆ ଯୁବକ

କଟକ : ସାଇବର୍ ଠକେଇ ମାମଲାରେ ସଂପୃକ୍ତ ଅଛନ୍ତି ଦୁଇ ଓଡ଼ିଆ ଯୁବକ । କନ୍ଦରପୁର ଅଞ୍ଚଳର ଜଣେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୫ ହଜାର ୮୦୦ ଟଙ୍କା ଠକେଇ ପରେ ଏଭଳି ତଥ୍ୟ ଏବେ ସାମ୍‌ନାକୁ ଆସିଛି । କଟକ-ଖୋର୍ଦ୍ଧା ଜିଲ୍ଲା ସୀମାରେ ଥିବା କଳାପଥର ଅଞ୍ଚଳର ଦୁଇ ଯୁବକ ଏହି ଠକେଇରେ ସମ୍ପୃକ୍ତ ଅଛନ୍ତି । ତାଙ୍କ ସହିତ ବାଲେଶ୍ୱର ଜଳେଶ୍ୱରର ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର ମୋହନପୁର ଅଞ୍ଚଳର ଜଣେ ଯୁବକ ଓ ଅନ୍ୟ ଜଣେ ଉତ୍ତରାଖଣ୍ଡର ବୋଲି ଜଣାପଡ଼ିଛି । ତେବେ ପ୍ରଥମ ଥର ପାଇଁ ଅନ୍ତରାଜ୍ୟ ସାଇବର୍ ଅପରାଧୀ ଗ୍ୟାଙ୍ଗରେ ଓଡ଼ିଆ ଯୁବକଙ୍କ ସମ୍ପୃକ୍ତିକୁ ନେଇ ପୁଲିସର ଚିନ୍ତା ବଢ଼ିଯାଇଛି । ସୂଚନା ଅନୁଯାୟୀ, କନ୍ଦରପୁର ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଗଲା ୨ ତାରିଖରେ ଗୁଗୁଲ ପେରେ ତାଙ୍କ ପୁଅଙ୍କ ନିକଟକୁ ୩୦ ହଜାର ଟଙ୍କା ପଠାଇଥିଲେ । କିନ୍ତୁ ଏହି ଟଙ୍କା ତାଙ୍କ ପୁଅଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚି ନଥିଲା । ସମ୍ପୃକ୍ତ ଶିକ୍ଷକ ଅନଲାଇନରେ ଗୁଗୁଲ ପେ କଷ୍ଟମର କେୟାର ନମ୍ବର ସଂଗ୍ରହ କରିଥିଲେ । ଯେଉଁ ନମ୍ବରକୁ ସେ ଅନଲାଇନରେ ସଂଗ୍ରହ କରିଥିଲେ । ତାହା କିନ୍ତୁ ସାଇବର୍ ଅପରାଧୀଙ୍କ ନମ୍ବର ଥିଲା । ସେଦିନ ସନ୍ଧ୍ୟା ପ୍ରାୟ ୬ଟା ୩୦ ବେଳେ କଷ୍ଟମର କେୟାର ପରିଚୟ ଦେଇଥିବା ବ୍ୟକ୍ତି ଜଣକ ଶିକ୍ଷକଙ୍କୁ ନିଜ ମୋବାଇଲରେ ଏନି ଡେସ୍କ ଆପ୍ଲିକେସନ୍ ଡାଉନଲୋଡ୍ କରିବାକୁ କହିଥିଲା । ଶିକ୍ଷକ ଫୋନରେ ଡାଉନଲୋଡ୍ କରିବାପରେ କଷ୍ଟମର କେୟାର ପରିଚୟ ଦେଇଥିବା ସାଇବର୍ ଅପରାଧୀ ଶିକ୍ଷକଙ୍କ ନିକଟକୁ ଏକ ୯ ଅଙ୍କ ବିଶିଷ୍ଟ ଓଟିପି ନମ୍ବର ପଠାଇଥିଲା । ଶିକ୍ଷକ ଏହି ଓଟିପି କହିବା ପରେ ଡେସ୍କ ଆପ୍ଲିକେସନ୍ ମାଧ୍ୟମରେ ଅପରାଧୀ ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଇ ମାତ୍ର ଦୁଇ ମିନିଟ୍ ଭିତରେ ୪ଟି ପର୍ଯ୍ୟାୟରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ୍ କରି ନେଇଥିଲା । ଟଙ୍କା ହଡ଼ପ୍ ହେବାର ଏକ ଘଣ୍ଟା ପରେ ଜଣେ ଯୁବକ ଫୋନ୍ କରି ହିନ୍ଦୀରେ କଥା ହୋଇଥିଲା । ସେ ଉତ୍ତରାଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି । ଦ୍ୱିତୀୟରେ ଫୋନ୍ କରିଥିବା ଦୁଇ ଓଡ଼ିଆ କଳାପଥର ଅଞ୍ଚଳର ଥିଲେ । ସେମାନେ ନିଜକୁ ଏସବିଆଇ କଷ୍ଟମର କେୟାର ଅଧିକାରୀ ପରିଚୟ ଦେଇ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ହଡ଼ପ ହୋଇଛି, ସେ ସମ୍ପର୍କରେ ପଚାରି ଥିଲେ । ୩ ତାରିଖରେ ପଶ୍ଚିମବଙ୍ଗରୁ ଫୋନ୍ କରିଥିବା ଯୁବକ ଶିକ୍ଷକଙ୍କୁ ଧମକ ଦେଇଥିଲା । ଠକେଇ ସମ୍ପର୍କରେ ଥାନାରେ ଏତଲା ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଶିକ୍ଷକଙ୍କୁ ଚେତାବନୀ ବି ଦେଇଛି । ଏ ସମ୍ପର୍କରେ ଶିକ୍ଷକ ଜଣକ ସାଇବର୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking