24.1 C
Bhubaneswar
Sunday, October 20, 2024
Homeଓଡିଶା୨୦୨୨ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଶ୍ୱେତପତ୍ର

୨୦୨୨ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଶ୍ୱେତପତ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ମସିହା ପାଇଁ ଶ୍ୱେତପତ୍ର ପ୍ରକାଶ ପାଇଛି । ଗତବର୍ଷ ସମୁଦାୟ ୧.୭୮ ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୩୧୮୪ଟି ଦୁଷ୍କର୍ମ, ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୫୩୫୨ଟି ପ୍ରତାରଣା, ୨୯୯୮ଟି ଚୋରି ସହ ୧୧୬୬୩ଟି ଦୁର୍ଘଟଣା ମାମଲା ରୁଜୁ ହୋଇଛି । ଶ୍ୱେତପତ୍ର ମୁତାବକ ୨୦୨୨ ମସିହାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା । ୨୦୨୨ ମସିହାରେ ମୋଟା ୨୭ଟି ମାଓବାଦୀ ଘଟଣା ଘଟିଥିବାବେଳେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ସହ ୧୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିଲା । ୧୨ଟି ଗୁଳିବିନିମୟ ଘଟଣାରେ ୮ ଜଣ ସାଧାରଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧୩୫ଟି ସତ୍ୟ ମାମଲା ହୋଇଥିବାବେଳେ ୧୩୭୯ଟି ହତ୍ୟା ଘଟଣା ମଧ୍ୟରୁ ୧୩୦୧ଟି ମାମଲା ସତ୍ୟ ବୋଲି ଶ୍ୱେତପତ୍ରରେ କୁହାଯାଇଛି । ସେହିପରି ୬୨୬ଟି ଡକାୟତି ଘଟଣା ମଧ୍ୟରୁ ୬୧୪ଟି ମାମଲା ସତ୍ୟ ହୋଇଥିବାବେଳେ ୫୩୫୨ଟି ପ୍ରତାରଣା ମାମଲା ମଧ୍ୟରୁ ୫୦୪୬ଟି ମାମଲା ସତ୍ୟ ବୋଲି କୁହାଯାଇଛି । ୨୦୨୨ ମସିହାରେ ରୁଜୁ ହୋଇଥିବା ୨୨୪୮ଟି ଦଙ୍ଗା ମାମଲା ମଧ୍ୟରୁ ୨୧୭୨ଟି ସତ୍ୟ ମାମଲା ହୋଇଥିବାବେଳେ ବର୍ଷ ଶେଷ ସୁଦ୍ଧା ୧୩୬୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking