ଭୁବନେଶ୍ୱର : ରାଜଧାନୀରେ ଦେଖିବାକୁ ମିଳିଛି ସଫେଇ କର୍ମଚାରୀଙ୍କ ଝାଡୁ ଛାଡ ଆନ୍ଦୋଳନ । ୧୫ ହଜାର ଟଙ୍କା ଦରମା ବୃଦ୍ଧି ସହ ବିଭିନ୍ନ ଦାବିରେ ଶହ ଶହ ଆନ୍ଦୋଳନକାରୀ ଆଜି ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି । ରାଜଧାନୀ ଛକରେ ବସିରହିଛନ୍ତି ସଫେଇ କର୍ମଚାରୀ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ୫୩ ଟି ୱାର୍ଡରେ ଉଠି ପାରୁନି ଅଳିଆ ।