28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶସ୍ୱିଡେନ୍‌: ମସ୍‌ଜିଦ୍ ବାହାରେ କୁରାନ୍ ପୋଡ଼ିଲେ ବ୍ୟକ୍ତି

ସ୍ୱିଡେନ୍‌: ମସ୍‌ଜିଦ୍ ବାହାରେ କୁରାନ୍ ପୋଡ଼ିଲେ ବ୍ୟକ୍ତି

ଷ୍ଟକ୍‌ହୋମ୍ : ସ୍ୱିଡେନ୍‌ରେ ଇଦ୍‌-ଉଲ୍‌-ଜୁଆ ଅବସରରେ ରାଜଧାନୀ ଷ୍ଟକ୍‌ହୋମ୍‌ର ଏକ ମସ୍‌ଜିଦ୍ ବାହାରେ ବୁଧବା ଜଣେ ବ୍ୟକ୍ତି କୁରାନ୍ ଜଳାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ତାଙ୍କୁ ସ୍ୱିଡେନ୍ ସରକାରଙ୍କ ଠାରୁ ଅନୁମତି ମିଳିଥିଲା । ସିଏନ୍‌ଏନ୍ ଅନୁସାରେ, ଅଭିବ୍ୟକ୍ତିର ସ୍ୱାଧୀନତା ଅଧୀନରେ ଦିନକ ପାଇଁ ବିରୋଧ ପ୍ରଦର୍ଶନ କରିବା ନିମନ୍ତେ ତାଙ୍କୁ ଏହି ଅନୁମତି ଦିଆଯାଇଥିଲା । ଏହି ଆନ୍ଦୋଳନରେ ମାତ୍ର ଜଣେ ବ୍ୟକ୍ତି ନିଜର ଟ୍ରାନ୍ସଲେଟର୍‌ଙ୍କ ସହିତ ସାମିଲ ହୋଇଥିଲେ ।

ରୟଟର୍ସ ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣକ କୁରାନ୍‌ର କେତେକ ଫର୍ଦ୍ଦକୁ ଚିରି ସେଥିରେ ନିଆଁ ଲଗାଇଥିଲେ । ଏହାପରେ ସେ ସ୍ୱିଡେନ୍ ଜାତୀୟ ପତାକା ମଧ୍ୟ ଉଡ଼ାଇଥିଲେ । ବିରୋଧ ପ୍ରଦର୍ଶନକୁ ଦେଖୁଥିବା ପ୍ରାୟ ୨୦୦ ଲୋକଙ୍କ ମଧ୍ୟରୁ କେହି ତାଙ୍କ ସମର୍ଥନରେ ତ ଆଉ କେହି ତାଙ୍କ ବିରୋଧରେ ସ୍ଳୋଗାନ ମଧ୍ୟ ଦେଇଥିଲେ । ଏହା ମଧ୍ୟରୁ ଜଣେ ବ୍ୟକ୍ତି ଚିତ୍କାର କରି ତାଙ୍କ ଉପରକୁ ପଥର ବି ମାଡ଼ କରିଥିଲା । ପରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ କାବୁକରି ହାଜତକୁ ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking