27.1 C
Bhubaneswar
Sunday, September 29, 2024
Homeଓଡିଶାଯୁବକର ସନ୍ଦେହ ଜନକ ମୃତ୍ୟୁ, ପୁଲିସର ତଦନ୍ତ

ଯୁବକର ସନ୍ଦେହ ଜନକ ମୃତ୍ୟୁ, ପୁଲିସର ତଦନ୍ତ

ଦେବଗଡ଼: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେର୍ଣ୍ଣି ଗ୍ରାମରେ ଜଣେ ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ବେଳେ ବିନା ବ୍ୟବଛେଦରେ ମୃତ ଦେହ ଡାକ୍ତରଖାନାରୁ ଘରକୁ ଆଣିବା ପରେ ପରିବାର ଓ ସମ୍ପର୍କୀୟ ଏ ନେଇ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି । ଅଭିଯୋଗ ଆଧାରରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାଇ କୁଣ୍ଢେଇଗୋଳା ଥାନା ଝରାବେର୍ଣ୍ଣି ଗ୍ରାମର ଭୁବନ ନାଏକଙ୍କ ପୁଅ ନିରଞ୍ଜନ ନାଏକ ନିଜ ଏକ ମାତ୍ର ପୁତ୍ର ସନ୍ତାନ ଓ ସ୍ତ୍ରୀ ନମିତା ନାଏକଙ୍କ ସହ ରହୁଥିବା ବେଳେ ଆଜି ସକାଳୁ କୁଆଡେ ନିରଞ୍ଜନ ଅସୁସ୍ଥ ଥିବାକହି ସ୍ତ୍ରୀ ନମିତା ନିଜ ଦୁଇ ପୁତୁରାଙ୍କ ସହ ଚିକିତ୍ସା ପାଇଁ ଛେଣ୍ଡିପଦା ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିବା ସହ ଛେଣ୍ଡିପଦା ଥାନା ପୁଲିସ କୁ ସୂଚନା ଦେଇଥିଲେ । ତେବେ ପୁଲିସ ପହଞ୍ଚିବା ପୂର୍ବରୁ ନିରଞ୍ଜନଙ୍କ ମୃତ ଦେହ ଧରି ତରବରିଆ ଭାବେ ନେଇଥିବା ଦୁଇ ସମ୍ପର୍କୀୟ ନିଜ ଗ୍ରାମକୁ ଚାଲି ଆସିଥିଲେ । ଗାଁ ରେ ମୃତ ଦେହ ପହଞ୍ଚିବା ପରେ ନିରଞ୍ଜନଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏ ନେଇ ନିରଞ୍ଜନଙ୍କ ପରିବାର ଲୋକେ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିବାରୁ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣା ପଡିବା ପରେ ବ୍ୟବଛେଦ ରିପୋର୍ଟ ଆଧାରରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ତେବେ ନିରଞ୍ଜନକୁ ଡାକ୍ତରଖାନା ନେବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା କି ? ଡାକ୍ତରଖାନାରେ ପୁଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ ମୃତ ଦେହକୁ ବ୍ୟବଛେଦ ନ କରି ଗାଁ କୁ ଫେରାଇ ଆଣିବା, ମୃତ ନିରଞ୍ଜନଙ୍କ ଶରୀରରେ କିଛି ଚି଼ହ୍ନ ଥିବା ଆଦି ଘଟଣା ପଛରେ ଅନ୍ୟ କିଛି ରହସ୍ୟ ରହିଛି ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking