33.1 C
Bhubaneswar
Saturday, October 5, 2024
Homeଓଡିଶାଅଣଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ଡାକ୍ତରଖାନାକୁ ଆସିଲା ଲୁଚାଯାଇଥିବା ଶବ

ଅଣଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ଡାକ୍ତରଖାନାକୁ ଆସିଲା ଲୁଚାଯାଇଥିବା ଶବ

କରଞ୍ଜିଆ : ଜଣେ ଅଣଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବାବେଳେ ଶବକୁୂ ଦୀର୍ଘ ୪ଘଣ୍ଟା କାଳ ଲୁଚାଇ ରଖାଯାଇଥିଲା । ପରେ କିଛି ଗଣମାଧ୍ୟମ ପ୍ରତିନିଧି ଖୋଳତାଡ଼ କରିବାରୁ ବାଧ୍ୟ ହୋଇ ଶବକୁ ଡାକ୍ତରଖାନାକୁ ଅଣାଯାଇ ଥିଲା । କରଞ୍ଜିଆ ସହର ଅମ୍ବିକା ମନ୍ଦିର ନିକଟରେ ଏଭଳି ଘଟଣା ଘଟିଛି । ଏଠାରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଶ୍ରମିକ ଭାବେ କାମ କରୁଥିଲେ ଅଣଓଡ଼ିଆ ଯୁବକ । ତାଙ୍କ ନାମ ରାଜା ମଣ୍ଡଳ ଓ ଘର ଜବଲପୁର, ବିହାରରେ । ସେ ତାଙ୍କ ଘରେ କିଛି ନିର୍ମାଣ କାମ କରୁଥିବାବେଳେ କୌଣସି କାରଣରୁ ବେହୋସ୍ ହୋଇଯାଇଥିଲେ । ତାଙ୍କୁ ବାଇକ୍ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା । ଏ ନେଇ କିଛି ଗଣମାଧ୍ୟମ ପ୍ରତିନିଧି ଖବର ପାଇ ଡାକ୍ତରଖାନା ଯାଇଥିଲେ । ସେଠାରେ ବୁଝିବାବେଳକୁ ସେଭଳି କେହି ରୋଗୀ ଏଠାକୁ ଆସିନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ । ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କ ସନ୍ଦେହ ଜାତ ହୋଇଥିଲା ।

ଅଧିକ ଖୋଳତାଡ଼ କରିବା ପରେ ମେଡିକାଲ ସମ୍ମୁଖରେ ଏକ କାର୍ ଭିତରେ ଲୁଚାଇ ରଖାଯାଇଥିବା ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ଅଣାଯାଇଥିଲା । ରାଜ ମଣ୍ଡଳଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବା ପରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକ ଖୋଳତାଡ଼ କରିବାରୁ ଶବକୁ ମେଡିକାଲକୁ ଫେରାଇ ଅଣାଯାଇଥିଲା । ଘଟଣାକୁ ଲୁଚାଇ ତାଙ୍କ ପରିବାର ଲୋକଙ୍କୁ ଅର୍ଥ ଲୋଭ ଦେଖାଇ ଶବକୁ ତାଙ୍କ ଗ୍ରାମକୁ ଲୁଚାଇ ନେଇଯିବାକୁ ଉଦ୍ୟମ ହୋଇଥିଲା ବୋଲି କୁହାଯାଉଛି । ଘଟଣାର ଉପଯୁକ୍ତ ତଦନ୍ତ ହେଲେ ଏହା ଆସ୍ୱଭାବିକ ମୃତ୍ୟୁ ନା ହତ୍ୟା ସ୍ପଷ୍ଟ ହୋଇପାରନ୍ତା ବୋଲି ମତପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking