ଗୁରୁଗ୍ରାମ: ଏୟାର ହୋଷ୍ଟେସ୍ଙ୍କ ସନ୍ଦେହଜନକ ମୃତ୍ୟୁ । ହରିୟାଣାର ଗୁରୁଗ୍ରାମରେ ଥିବା ଡିଏଲଏଫ ଫେଜ୍ ୧ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କୁ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ୍ ଭାବେ କାମ କରୁଥିବା ୨୫ ବର୍ଷୀୟା ସିମ୍ରନ୍ ଡଡୱାଲ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ସିମ୍ରନ୍ ଶନିବାର ରାତିରେ ତାଙ୍କ ସାଙ୍ଗ ଘରକୁ ଏକ ପାର୍ଟିରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଥିଲା, ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଲା । ତାଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ଅନୁସାରେ, ଘଟଣା ସମୟରେ ପାର୍ଟିରେ ତିନି ଜଣ ଉପସ୍ଥିତ ଥିଲେ । ସେଥି ମଧ୍ୟରୁ ଦୁଇ ଜଣ ଝିଅ ଓ ଜଣେ ପୁଇ ଥିଲେ । ବର୍ତ୍ତମାନ ସୁଦ୍ଧା, ମୃତକଙ୍କ ପରିବାର କୌଣସି ଅଭିଯୋଗ ଦାଖଲ କରିନାହାଁନ୍ତି। ପୋଲିସର ମୃତ୍ୟୁର କାରଣ ଜାଣିବା ପାଇଁ ତାଙ୍କ ମେଡିକାଲ ରିପୋର୍ଟ ଏବଂ ପାର୍ଟିର ପରିସ୍ଥିତି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।










