18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପରକୀୟା ପ୍ରୀତି ସନ୍ଦେହ; ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ

ପରକୀୟା ପ୍ରୀତି ସନ୍ଦେହ; ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ

ଲାହୋର: ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହରେ ବିବାହର ୮ମାସ ପରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ବୁଧବାର ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୧୯ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ସ୍ୱାମୀ ଜୀବନ୍ତ ଦଗ୍ଧ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତର ନାମ ଅଲୀ ରାଜା ହୋଇଥିବା ବେଳେ ମୃତକଙ୍କ ନାମ ସବା ଇକବାଲ ବୋଲି ଜଣାପଡ଼ିଛି । ସବାଙ୍କ ବାପା ମହମ୍ମଦ ଇକବାଲ କରିଥିବା ଅଭିଯୋଗ ମୁତାବକ, ୮ମାସ ତଳେ ଦୁହିଁଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ସବାଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ଅଲୀ ।

ଏନେଇ ଦୁହିଁଙ୍କ ମଧ୍ୟରେ ଅନେକ ଝଗଡ଼ା ହୋଇଥିଲା । ଜୁଲାଇ ୨୮ରେ ଅଲୀ ଆମକୁ ଫୋନ କରି ଜଣାଇଥିଲା ଯେ, ସବା ଝଗଡ଼ା ହେବାରୁ ଘର ଛାଡ଼ି କେଉଁଆଡେ ଚାଲିଯାଇଛନ୍ତି । ତାଙ୍କର ପତ୍ତା ମିଳୁନି । ଏହି ଖବର ପାଇ ଆମେ ଅଲୀଙ୍କ ଘରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲୁ । ଅନେକ ଖୋଜିବା ପରେ ଜୁଲାଇ ୨୯ରେ ତାଙ୍କର ଜଳିଯାଇଥିବା ମୃତଦେହ ଆମକୁ ଏକ ଚାଷ ଜମିରେ ମିଳିଥିଲା । ପୁଲିସର କହିବା ମୁତାବକ, ଆମେ ଏବେ ଅଭିଯୁକ୍ତ ଅଲୀକୁ ଗିରଫ କରିଛୁ । ସେ ତା’ର ଦୋଷ ସ୍ୱୀକାର କରିଛି । ହତ୍ୟା ପୂର୍ବରୁ ସବାକୁ ନିର୍ଯାତନା ଦେଇଥିଲା ବୋଲି ଅଲୀ ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking