23.1 C
Bhubaneswar
Tuesday, February 11, 2025
Homeଦେଶ ବିଦେଶଭାଇ ନୁହେଁ ରାକ୍ଷସ! ଅଶ୍ଳୀଳ ଭିଡିଓ ଦେଖି ଭଉଣୀ ସହ ଦୁଷ୍କର୍ମ ପରେ ହତ୍ୟା..

ଭାଇ ନୁହେଁ ରାକ୍ଷସ! ଅଶ୍ଳୀଳ ଭିଡିଓ ଦେଖି ଭଉଣୀ ସହ ଦୁଷ୍କର୍ମ ପରେ ହତ୍ୟା..

ଭୋପାଳ: ରକ୍ତ ସଂପର୍କରେ କଳଙ୍କ । ଭାଇ ନିଜ ଭଉଣୀକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶର ରେୱାଠାର ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ନାବାଳକ ଭାଇ ନିଜର ୯ବର୍ଷର ଭଉଣୀକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମାମଲାକୁ ଚପାଇବା ଓ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ମା’ ଏବଂ ଭଉଣୀ ଅନେକ ପ୍ରମାଣ ନଷ୍ଟ କରି ଦେଇଥିବା ଜଣାପଡିଛି । ପୋଲିସର ସୂଚନାନୁସାରେ, ଏପ୍ରିଲ ୨୪ରେ ଏହି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା ।

ପ୍ରାୟ ୩ ମାସ ପରେ ପୋଲିସ ଏହି ଘଟଣାର ଖୁଲାସା କରିଛି । ଶନିବାର ଦିନ ପୋଲିସ କହିଛି ଯେ ୫୦ ଜଣଙ୍କୁ ଜେରା କରିବା ସହ ଅଭିଯୁକ୍ତକୁ ଡାକି ଅନେକ ଥର ପଚରାଉଚରା କରାଯାଇଥିଲା । ପରେ ମୋବାଇଲରୁ ମିଳିଥିବା ବୈଷୟିକ ପ୍ରମାଣ ଆଧାରରେ ଏହି ଘଟଣା ଉପରୁ ପରଦା ଉଠିଛି । ଏହି ଘଟଣାରେ ଅଭିଯୁକ୍ତ ଭାଇ, ତାଙ୍କ ମା’ ଓ ଦୁଇ ଭଉଣୀଙ୍କୁ ପୋଲିସ ଗିରଫ କରିଛି । ଏସପି ବିବେକ ସିଂଙ୍କ ସୂଚନା ମୁତାବକ, ଏପ୍ରିଲ୍ ୨୪ ତାରିଖରେ ଜାୱା ପୋଲିସ୍ ଷ୍ଟେସନ ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୃତ ଝିଅର ସମ୍ପର୍କୀୟଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୀଡିତାଙ୍କ ମୃତଦେହ ତାଙ୍କ ଘର ଅଗଣାରୁ ଉଦ୍ଧାର କରାଯାଇଥିଲା । ପରିବାର ଲୋକଙ୍କୁ ପଚରାଉଚରା ପରେ ଜଣାପଡିଥିଲା ଯେ ଭାଇ-ଭଉଣୀ ରାତିରେ ଶୋଇଥିଲେ ।

ହେଲେ ସକାଳୁ ଭଉଣୀର ମୃତଦେହ ମିଳିଥିଲା । ନାବାଳକ ଭାଇ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିବା ପରେ ଭଉଣୀକୁ ଦୁଷ୍କର୍ମ କରିଥିଲା । ଯେତେବେଳେ ପୀଡିତା ତାଙ୍କ ବାପାଙ୍କୁ ଏହା ଜଣାଇବାକୁ ଧମକ ଦେଇଥିଲେ, ସେତେବେଳେ ଅଭିଯୁକ୍ତ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ସେ ମା’ଙ୍କୁ ଉଠାଇ କରି ପୁରା କାହାଣୀ କହିଥିଲା । ପୀଡିତା ସେତେବେଳକୁ ଜୀବିତ ଥିଲେ । ମାତ୍ର ଏହା ଦେଖି ନାବାଳକ ପୁଣି ଥରେ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ଏସବୁ ଘଟଣା ସେମାନଙ୍କର ମା’ଙ୍କ ଆଖିସାମନାରେ ହୋଇଥିଲା । ଏହି ସମୟରେ ତାଙ୍କର ଦୁଇ ବଡ ଭଉଣୀ ମଧ୍ୟ ସେଠାକୁ ଆସିଥିଲେ । ଘଟଣାକୁ ଅଲଗା ରୁପ ଦେବା ସହ ପ୍ରମାଣ ନଷ୍ଟ ପାଇଁ ସେମାନେ ଅନେକ ପ୍ରକାର ଚେଷ୍ଟା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ କହିଥିଲେ ଯେ ବିଷାକ୍ତ କୀଟ କାମୁଡ଼ିବା କାରଣରୁ ତାଙ୍କ ଉଭଣୀର ମୃତ୍ୟୁ ହୋଇଯାଇଛି । ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ରିପୋର୍ଟରୁ ଦୁଷ୍କର୍ମ ଓ ହତ୍ୟା ବୋଲି ଜଣାପଡିଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking