ଲକ୍ଷ୍ନୌ: ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ହୋଇନଥାଏ । ହେଲେ ଆଜିର ଯୁବପୀଢି ଛୋଟଛୋଟ କଥାରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଉଛନ୍ତି । ଏଭଳି ସମାନ ଘଟଣା ଉତ୍ତରପ୍ରଦେଶର ନୀଳାମଠ ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ୨୨ ବର୍ଷର ବାଳକ ଖାଦ୍ୟରେ ଅଧିକ ଲୁଣ ପଡିଥିବା ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ଖାଦ୍ୟରେ ଅଧିକ ଲୁଣ ଯୋଗୁଁ ସେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଝଗଡ଼ା କରିବା ପରେ ନିଜକୁ ଗୁଳି କରିଥିବା ଜଣାପଡ଼ିଛି । ପୋଲିସ ଏ ନେଇ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଏହି ଯୁବକଙ୍କ ନାମ ପୁରଣ ଶଙ୍କର ଦୁବେ (୨୨) ବୋଲି ଜଣାପଡ଼ିଛି । ସେ ଅର୍ସ ରୋଗରେ ପୀଡ଼ିତ ଥିବାରୁ ଅଧିକ ମସଲାଯୁକ୍ତ ଓ ଲୁଣଯୁକ୍ତ ଖାଦ୍ୟଠୁ ଦୂରେଇ ରହୁଥିଲେ ।
ହେଲେ ଗତ ଶନିବାର ରାତିର ସେ ମଦ ପିଇ ଘରକୁ ଆସିଥିଲେ । ରାତି ଭୋଜନ ସମୟରେ ଖାଦ୍ୟରେ ଅଧିକ ଲୁଣ ପଡ଼ିଥିବା ଯୋଗୁଁ ସେ ରାଗି ଯାଇଥିଲେ । ଏନେଇ ସେ ପରିବାର ଲୋକଙ୍କ ସହିତ ଝଗଡ଼ା କରିଥିଲେ । ପୁରଣ ରାତିରେ ଜୋରରେ ପାଟିତୁଣ୍ଡ କରୁଥିବାରୁ ପରିବାର ଓଲଟା ତାଙ୍କୁ ଗାଳି କରି ଚୁପ୍ ରହିବାକୁ କହିଥିଲେ । ନଚେତ୍ ପୋଲିସକୁ ଖବର ଦେବେ ବୋଲି ଧମକ ଦେଇଥିଲେ । ପୁରଣଙ୍କ ପିତା ଉମା ଶଙ୍କର ବୃତ୍ତିରେ ଜଣେ ପୂଜକ । ସେ ପାଖ ମନ୍ଦିରରେ ପୂଜା କରିଥାଆନ୍ତି । ସେ କହିଛନ୍ତି ଯେ, ପୂରଣକୁ ସେ ତାଗିଦ କରିବା ଲାଗି ପୋଲିସ ଧମକ ଦେବା ପରେ ସେ ତାର ରୁମକୁ ଯାଇଥିଲା । ଏହାପରେ ନିଜକୁ ଗୁଳି କରି ସେ ହତ୍ୟା କରିଛି । ଶବ୍ଦ ଶୁଣିବା ପରେ ପରିବାର ବର୍ଗ ତାଙ୍କ ରୁମ୍କୁ ଯିବା ପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିଲେ । ଏହାପରେ ପରିବାର ତାକୁ ଟ୍ରମା ସେଣ୍ଟରକୁ ନେଇଥିଲେ । ପୂରଣ ନିଜ ଛାତିକୁ ଗୁଳି କରିଥିବା ଡାକ୍ତର କହିଛନ୍ତି ।