28.1 C
Bhubaneswar
Sunday, June 23, 2024
Homeଓଡିଶାସୁରମା ପାଢୀ ହେବେ ବାଚସ୍ପତି

ସୁରମା ପାଢୀ ହେବେ ବାଚସ୍ପତି

ଭୁବନେଶ୍ୱର : ସୁରମା ପାଢୀ ହେବେ ବାଚସ୍ପତି । ରଣପୁର ବିଧାୟିକା ସୁରମା ପାଢୀଙ୍କୁ ବାଚସ୍ପତି ଭାବରେ ଦାୟିତ୍ୱ ଦେଇଛି ନୂଆ ସରକାର । ସୂଚନା ଯୋଗ୍ୟ ଯେ, ଗତ ୨୦୦୪ ମସିହାରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଥିବା ସମୟରେ ସେ ସମବାୟ ମନ୍ତ୍ରୀ ଭାବେ ମଧ୍ୟ କାମ କରିଥିଲେ । ହେଲେ ଏହାପରଠୁ ସେ ଲଗାତାର ନିର୍ବାଚନରେ ପରାଜୟ ଭୋଗି ଆସୁଥିଲେ । ହେଲେ ଏବେ ସେ ପୁଣିଥରେ ବିଧାନସଭାକୁ ଆସିଥିବାରୁ, ତାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ଦଳ ଚିନ୍ତା କରିଛି । ମିଳିଥିବା ସୂଚନା ମୁତାବକ, ସୁରମା ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୦୦ ମସିହାରେ ଏହି ପଦରେ ରହିଥିଲେ । ପରେ ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ ଏବଂ ୨୦୦୨ ମସିହା ଯାଏଁ ଏହି ପଦରେ କାର୍ଯ୍ୟ କରିଥିଲେ । ଏଥି ସହିତ ସେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking