22.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମ୍‌ର ସର୍ବୋଚ୍ଚ ନାଗରିକ ପୁରସ୍କାର; ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ

ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମ୍‌ର ସର୍ବୋଚ୍ଚ ନାଗରିକ ପୁରସ୍କାର; ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ

ପାରାମରିବେ: ଲାଟିନ୍ ଆମେରିକୀୟ ଦେଶ ସୁରିନାମ୍ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେଠାକାର ସର୍ବୋଚ୍ଚ ନାଗରିକ ପୁରସ୍କରରେ ସମ୍ମାନିତ କରାଯାଇଛି । ରିପବ୍ଲିକ୍ ଅଫ୍ ସୁରିନାମ୍‌ର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ‘ଦ ଗଣ୍ଣ୍‌୍ ଅର୍ଡର୍ ଅଫ୍ ଦ ଚେନ୍ ଅଫ୍ ୟେଲୋ ଷ୍ଟାର୍‌’ ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ପୁରସ୍କାର ପାଇବାରେ ରାଷ୍ଟ୍ରପତି ମୁର୍ମୁ ପ୍ରଥମ ଭାରତୀୟ ହୋଇଛନ୍ତି । ପୁରସ୍କାର ପାଇବା ପରେ ବହୁ ସମ୍ମାନିତ ଅନୁଭବ କରିଥିବା ଶ୍ରୀମତୀ ମୁର୍ମୁ କହିଛନ୍ତି । ଏହା କେବଳ ମୋ ପାଇଁ ନୁହେଁ ବରଂ ଭାରତର ୧୪୦ କୋଟି ଲୋକଙ୍କ ପାଇଁ ବହୁ ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏହି ଅବସରରେ ସୁରିନାମରେ ଭାରତୀୟଙ୍କ ପହଞ୍ଚିବାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ରାଷ୍ଟ୍ରପତି ମୁର୍ମୁ ସୋମବାର ପ୍ରେସିଡେଣ୍ଟ ପ୍ୟାଲେସ୍‌ରେ ସନ୍ତୋଖୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଦୁହିଁଙ୍କ ମଧ୍ୟରେ ଡେଲିଗେସନ୍ ସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ, କୃଷି ଓ କାପାସିଟି ବିଲ୍ଡିଂ କ୍ଷେତ୍ରରେ ଚାରିଟି ବୁଝାମଣା ପତ୍ର (ଏମ୍‌ଓୟୁ) ହୋଇଥିଲା ।

ମୁର୍ମୁ କହିଛନ୍ତି, ଭାରତ ପରି ସୁରିନାମ୍‌ରେ ମଧ୍ୟ ବହୁ ଜାତି, ଧର୍ମ ଓ ଭାଷାଭାଷୀର ଲୋକ ରହୁଛନ୍ତି । ଭାରତ ଓ ସୁରିନାମ୍‌ର ବନ୍ଧୁତ୍ୱ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ଉପରେ ପର୍ଯ୍ୟବଶିତ । ଏହା ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ବ୍ୟାପାର କ୍ଷମତାଠାରୁ ବହୁ କମ୍ ରହିଛି । ଦ୍ୱିପାକ୍ଷିକ ବ୍ୟାପାର ବୃଦ୍ଧି ପାଇଁ ସହଯୋଗ ବୃଦ୍ଧି ଜରୁରୀ । ପ୍ରତିରକ୍ଷା, ଆୟୁର୍ବେଦ ଏବଂ ଫାର୍ମା କ୍ଷେତ୍ରରେ ସହଯୋଗ ଆହୁରି ବୃଦ୍ଧି କରାଯାଇ ପାରିବ ବୋଲି ସେ ଆଶାପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking