19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବନ୍ଦେ ଭାରତ ଚଳାଇବାରେ ସୁରେଖା ପ୍ରଥମ ମହିଳା ଲୋକୋ ପାଇଲଟ୍‌

ବନ୍ଦେ ଭାରତ ଚଳାଇବାରେ ସୁରେଖା ପ୍ରଥମ ମହିଳା ଲୋକୋ ପାଇଲଟ୍‌

ମୁମ୍ବାଇ: ଏସିଆର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର (ଲୋକୋ ପାଇଲଟ୍‌)ର ମାନ୍ୟତା ପାଇଥିବା ଭାରତର ସୁରେଖା ଯାଦବ ଇତିମଧ୍ୟରେ ସେମି ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଛନ୍ତି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ଏକ ଭିଡିଓ ଜାରି କରାଯାଇଛି । ବନ୍ଦେ ଭାରତ ଟ୍ରେନ୍ ଚଳାଇବାରେ ସୁରେଖା ପ୍ରଥମ ମହିଳା ଲୋକୋ ପାଇଲଟ୍ ।

ମୁମ୍ବାଇରୁ ସୋଲାପୁର ପର୍ଯ୍ୟନ୍ତ ପ୍ରାୟ ୪୫୦ କିମି ଦୂରତା ବିଶିଷ୍ଟ ଏହି ରୁଟ୍‌ରେ ସୁରେଖା ବନ୍ଦେ ଭାରତ ଟ୍ରେନ ଚଳାଇଥିଲେ । ମହାରାଷ୍ଟ୍ର ସତାରା ଜିଲ୍ଲା ନିବାସୀ ସୁରେଖା ୧୯୮୮ରେ ଦେଶର ପ୍ରଥମ ମହିଳା ଲୋକୋ ପାଇଲଟ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏଥିପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking