34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସିସୋଦିଆଙ୍କୁ ସୁପ୍ରିମ ଝଟ୍‌କା; ଜାମିନ୍‌ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ସିସୋଦିଆଙ୍କୁ ସୁପ୍ରିମ ଝଟ୍‌କା; ଜାମିନ୍‌ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ଲାଗିଛି ସୁପ୍ରିମ୍‌ ଝଟ୍‌କା। ସିସୋଦିଆଙ୍କ ଆବେଦନ ଶୁଣାଣି ବେଳେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଜାମିନ ଆବେଦନ ଉପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍‌ ଏସ୍‌ଭିଏନ୍‌ ଭଟ୍ଟିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ସୁପ୍ରିମକୋର୍ଟ ଅକ୍ଟୋବର ୧୭ରେ ଶୁଣାଣି ଶେଷ କରି ସିସୋଦିଆଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଆଠ ମାସ ପୂର୍ବରୁ ୨୦୨୩ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା।

ସିସୋଦିଆଙ୍କ ଓକିଲ ଅଭିଷେକ ମନୁ ସିଂଭି ତାଙ୍କ ଯୁକ୍ତିରେ କୋର୍ଟରେ କହିଥିଲେ ଯେ ସିସୋଦିଆଙ୍କ ସହ ଜଡ଼ିତ ସିଧାସଳଖ କୌଣସି ପ୍ରମାଣ ନାହିଁ ଏବଂ ସମସ୍ତ ପ୍ରମାଣ ଡକ୍ୟୁମେଣ୍ଟାରୀ ନେଚର୍‌ର ରହିଛି। ଏଣୁ ସିସୋଦିଆଙ୍କୁ ବାର୍ ପଛରେ ରଖିବାର କୌଣସି ଆବଶ୍ୟକ ନାହିଁ।

ସେପଟେ ଇଡିର ଅଭିଯୋଗ ହେଲା, ନୂଆ ମଦ ନୀତି ହିଁ ଧୋକା ଦେବା ପାଇଁ କରାଯାଇଛି। କମିଟି ଦ୍ୱାରା ବିଚାରବିମର୍ଶ ପରେ ନୂତନ ନୀତି ଏକ ପାରଦର୍ଶୀ ଢଙ୍ଗରେ କରାଯାଇଥିଲା ଏବଂ ତତ୍କାଳୀନ ଏଲ୍‌ଜି ଏହାକୁ ଅନୁମୋଦନ କରିଥିଲେ।

ବେଞ୍ଚ କହିଛନ୍ତି ଯେ ଯଦି ୬ରୁ ୮ ମାସ ମଧ୍ୟରେ ଟ୍ରାଏଲ୍‌ ଶେଷ ନ ହୁଏ କିମ୍ବା ଆସନ୍ତା ତିନିମାସ ମଧ୍ୟରେ ବିଚାର ପ୍ରକ୍ରିୟା ଯଦି ମନ୍ଥର ରୁହେ, ତେବେ ସିସୋଦିଆ ଜାମିନ ଆବେଦନ ପୁଣି ଦାଖଲ କରିପାରିବେ।

ଏହି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଏଜେନ୍ସି ଆମର ଅଧିକାଂଶ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ନାହିଁ। ଟଙ୍କା ଓ ଧନ ଲେଣଦେଣର ଲିଙ୍କ ସ୍ପଷ୍ଟ ହୋଇଛି। ଯଦି ତିନି ମାସ ମଧ୍ୟରେ ବିଚାର ପ୍ରକ୍ରିୟା ମନ୍ଥର ରୁହେ, ସିସୋଦିଆ ପୁଣି ଜାମିନ ଆବେଦନ କରିପାରିବେ। ଏହାର ଅର୍ଥ, ଆସନ୍ତା ତିନିମାସ ପାଇଁ ଜାମିନର ରାସ୍ତା ବନ୍ଦ ରହିବ।

ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇ ତରଫରୁ ବାତିଲ ଏବଂ ଆଂଶିକ ବାତିଲ ହୋଇଥିବା ଟ୍ରେନ ସମ୍ପର୍କରେ ଜାଣନ୍ତୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking