ହାଇଦ୍ରାବାଦ: ସମ୍ବିଧାନ ନିର୍ମାତା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କର ଏକ ସର୍ବୋଚ୍ଚ ପ୍ରତିମୂର୍ତ୍ତି ଆଜି ହାଇଦ୍ରାବାଦରେ ଉନ୍ମୋଚିତ ହୋଇଛି । ଏହି ପୂର୍ଣ୍ଣାବୟାବ ପ୍ରତିମୂର୍ତ୍ତିକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଉନ୍ମୋଚିତ କରିଥିବା ବେଳେ ଏହି ଅବସରରେ ଆମ୍ବେଦକରଙ୍କ ନାତି ବଞ୍ଚିତ ବହୁଜନ ଅଘାଡ଼ି ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକରଙ୍କ ସହିତ ବିଆର୍ଏସ୍ର ବହୁ ନେତା ଉପସ୍ଥିତ ଥିଲେ । ପ୍ରତିମୂର୍ତ୍ତି ନିର୍ମାଣରେ ୩୬୦ ଟନ୍ ଷ୍ଟେସନ୍ଲେସ୍ ଷ୍ଟିଲ୍ ସହିତ ୧୧୪ ଟନ୍ ବ୍ରୋଞ୍ଜ୍ ବ୍ୟବହାର କରାଯାଇଛି । ୧୪୬.୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ମୂର୍ତ୍ତିକୁ ଚନ୍ଦ୍ରଶେଖର ରାଓ ଭାରତର ସର୍ବୋଚ୍ଚ ପ୍ରତିମା ବୋଲି କହିଥିଲେ । ଏହା ପ୍ରତ୍ୟେକ ଦିନ ସାଧାରଣ ଲୋକ ଏବଂ ରାଜ୍ୟ ପ୍ରଶାସନକୁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତ