19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଇଡିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଇଡିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଇଡିକୁ ନାଲି ଆଖି ଦେଖାଇ ଚେତାବନୀ ଦେବାକୁ ପଛାଇ ନାହାନ୍ତି। ଏପରିକି ରାଜ୍ୟରେ ଅଯଥାରେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ସଫା ସଫା ଶୁଣାଇ ଦେଇଛନ୍ତି। ଅପରପକ୍ଷେ, ଇଡି ନିଜ ଉପରେ ଲାଗିଥିବା ସବୁ ଆରୋପକୁ ପ୍ରତ୍ୟାଖାନ କରିବା ସହ କେବଳ ଘଟଣାର ତଦନ୍ତ କରୁଥିବା ସଫେଇ ଦେଇଛି।
ରାୟପୁରରେ ପ୍ରାୟ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ଅଭିଯୋଗ ସାମନାକୁ ଆସିଥିବା ବେଳେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଏପରିକି ଏହି ଘଟଣାରେ ଇଡି ରାୟପୁର ମେୟରଙ୍କ ଭାଇ ଅନବର ଢେବର, ନିତେଶ ପୁରୋହିତ, ତ୍ରିଲୋକ ସିଂ ଓ ଅବକାରୀ ବିଭାଗର ସଚିବ ଅରୁଣପତି ତ୍ରିପାଠୀଙ୍କୁ ଗିରଫ କରିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ବିଚାର ବିଭାଗୀୟ ହାଜତକୁ ବଢ଼ାଇ ଦିଅଯାଇଛି। ଏହାବାଦ ଏକ ମଦ କମ୍ପାନୀ ଏମଡି ଏପି ତ୍ରିପାଠୀଙ୍କୁ ଦିଲ୍ଲୀରୁ ଗିରଫ କରି ପଚରାଉଚରା କରୁଛି ଇଡି। ମଦ ବେପାରୀଙ୍କୁ ଲାଇସେନ୍ସ ପ୍ରଦାନ, ନକଲି ହୋଲୋଗ୍ରାମ ପାଇଁ କୋଟି କୋଟି ଟଙ୍କାର ଡିଲ୍ ହୋଇଥିବାର ପ୍ରମାଣ ଇଡି ହାତରେ ଲାଗିଥିବା ବେଳେ ସେ ଏହାର ଖୋଳତାଡ଼ କରିବା ସହ ଘନଘନ ପଚରାଉଚରା କରୁଛି।
କିନ୍ତୁ ଇଡି ତଦନ୍ତ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ଖୁସି ନ ଥିବା ପ୍ରକାଶ କରିଛନ୍ତି। ଅନବର ଢେବରଙ୍କ ସମେତ ୨ ଜଣଙ୍କ ଆବେଦନର ଶୁଣାଣି କରି ଏପରି ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking