25.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶସୁପ୍ରିମକୋର୍ଟରେ ପ୍ରଜ୍ୱଳ ରେଭନ୍ନାଙ୍କ ଜାମିନ୍ ଆବେଦନ ଖାରଜ

ସୁପ୍ରିମକୋର୍ଟରେ ପ୍ରଜ୍ୱଳ ରେଭନ୍ନାଙ୍କ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ପୂର୍ବତନ ଜେଡିଏସ୍ ସାଂସଦ ତଥା ୩୧ ବର୍ଷୀୟ ପ୍ରଜ୍ୱଳ ରେଭନ୍ନାଙ୍କ ଜାମିନ୍ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅକ୍ଟୋବର ୨୧ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ପ୍ରଜ୍ୱଳଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତାଙ୍କ ନାମରେ ଦୁଷ୍କର୍ମ ଓ ନିର୍ଯାତନାର ଏକାଧିକ ମାମଲା ରହିଛି। ୨୦୨୪ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଚଳିତ ବର୍ଷ ଏପ୍ରିଲ୍ ଆରମ୍ଭରେ ତାଙ୍କର କିଛି ଅଶ୍ଳୀଳ ଭିଡିଓ ଟେପ୍ ଲିକ୍ ହୋଇଥିଲା ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେବା କାରଣରୁ ପ୍ରଜ୍ୱଳ ବିବାଦ ଘେରକୁ ଚାଲିଆସିଥିଲେ। ପ୍ରଜ୍ୱଳଙ୍କୁ ମେ ୩୧ ତାରିଖରେ ଜର୍ମାନୀରୁ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ କର୍ଣ୍ଣାଟକ ପୁଲିସର ଏକ ଟିମ୍ ଗିରଫ କରିଥିଲା। ସୂଚନାଯୋଗ୍ୟ ପ୍ରଜ୍ୱଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି। ପ୍ରଜ୍ୱଳଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନର ବିଭିନ୍ନ ବିଭାଗ, ଦୁଷ୍କର୍ମ (ଧାରା ୩୭୬), ଯୌନ ଉତ୍ପୀଡ଼ନ ଏବଂ ଅନ୍ୟାନ୍ୟ ଅପରାଧିକ ଘଟଣା ଆଧାରରେ ମାମଲା ରୁଜୁ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking